POLITICALS

ପାଟକୁରାରୁ ନିର୍ବାଚନ ଲଢିବେ ସ୍ୱର୍ଗତ ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲ

ପାଟକୁରା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଦିବଂଗତ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ  ପତ୍ନୀ ସାବିତ୍ରୀ ଅଗ୍ରୱାଲ  ପାଟକୁରା ବିଧାନସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ପାଟକୁରାରେ ନିର୍ବାଚନ  ସ୍ଥଗିତ ରହିଥିଲା। ମଇ ୧ ତାରିଖ ବୁଧବାର ନାମାଙ୍କନ ପତ୍ର ଦାଖଲର ଶେଷଦିନ ରହିଛି।

ପୂର୍ବରୁ ବେଦୁଙ୍କ ପୁଅଙ୍କୁ ଟିକେଟ ମିଳିବ ବୋଲି ଏକ ପ୍ରକାର ଜଣାପଡ଼ିଥିଲା । କିନ୍ତୁ ଏହି ସବୁ ଆଶାଙ୍କାରେ ବିରାମ ଟାଣି ବିଜେଡି ସୁପ୍ରିମୋ  ବେଦୁଙ୍କ ପତ୍ନୀଙ୍କୁ ଟିକେଟ ଦେଇଛନ୍ତି । ଅନ୍ୟପଟେ ବିଜେଡି ସୁପ୍ରିମୋ ସିମ୍ପାଥି ଭୋଟ କେମିତି ମିଳିବ ସେନେଇ ଭଲ ଭାବେ ଜାଣିଛନ୍ତି ।ଏଣେ ଜନ ପ୍ରତିନିଧି ଆଇନର ବ୍ୟବସ୍ଥା ଅନୁସାରେ ଏଠାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର  ଓ କଂଗ୍ରେସ ପ୍ରାର୍ଥୀ  ଜୟନ୍ତ ମହାନ୍ତିଙ୍କ  ପ୍ରାର୍ଥିପତ୍ର କାଏମ୍ ରହିଥିବା ବେଳେ କେବଳ ବିଜେଡିର ନୂଆ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍‌ ନିଜ ନାମାଙ୍କନ ଦାଖଲ କରିବେ।

ପଢନ୍ତୁ: କେନ୍ଦ୍ରାପଡ଼ାରେ ମତଦାନ ସମୟରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ନିସ୍ତୁକ ପିଟିଲେ ବିଜେଡି କର୍ମୀ

Related posts

ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା

ENO Beuro

ସମ୍ଭାବ୍ୟ ମନ୍ତ୍ରୀପଦ ପାଇଁ ମୋଦିଙ୍କ ପକ୍ଷରୁ ବିଭିନ୍ନ ନେତାଙ୍କୁ ଆସୁଛି ଫୋନକଲ

Ratnamani Moharana

ଏକ୍‌ଜିଟ୍‌ ପୋଲ୍‌: ଓଡିଶାରେ ବିଜେଡ଼ିକୁ ମିଳିବ ଅଧିକ ସିଟ

Ratnamani Moharana

Leave a Comment