POLITICALS

ଅନୁଭବ ମହାନ୍ତିଙ୍କ ଜମୁଛି ନିର୍ବାଚନୀ ପ୍ରଚାର ସହ ରୋଡ୍ ସୋ’

ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ମହାକାଳ ପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡ଼ି ପ୍ରଚାରକୁ ଜୋର କରିଛି। କେନ୍ଦ୍ରାପଡା ଜିଲ୍ଲାର ଉପାନ୍ତ ଅଂଚଳ ବତିଘର ପଂଚାୟତରେ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି ଅନୁଭବ ମହାନ୍ତି ।ବିଜେଡି ଦଳର ବିଧାୟକ ପାର୍ଥି ଅତନୁ ସବ୍ୟସାଚୀ ନାୟକ,  ଲୋକସଭା ପାର୍ଥି ଅନୁଭବ ମହାନ୍ତି, ଉତ୍ତର ବରକୋଳିଖୋଳା ରାମଚଣ୍ଡି ଗାଁ, ଦକ୍ଷିଣ ବରକୋଳି ଖୋଳା କୋଚିଳା ବେଲାରି ବତୀଘର ଗ୍ରାମ ରୋଡ୍ ସୋ’ ପରେ ପୁଣି ହେଲିକାପ୍ଟରରେ ଯୋଗେ ସୁନିତି ପଂଚାୟତକୁ  ଆସି ଜଗତଜୋର ଠାରୁ ଜମ୍ବୁ ପର୍ଯ୍ୟନ୍ତ ରୋଡ୍ ସୋ’  କରିଥିଲେ ।

ଏହାପରେ ଜମ୍ବୁ ହାଟ ପଡିଆରେ ଏକ ନିର୍ବ।ଚନୀ ସାଧାରଣ ସଭାରେ ଯୋଗ ଦେଇ  ନଦୀନାଳ ଘେରା ଲୁଣା ଜଙ୍ଗଲ  ଭରା  ଏହି ପଂଚାୟତରେ ଜମିବାଡି ସମସ୍ୟାଠାରୁ ଆରମ୍ଭ କରି ବଙ୍ଗ ଭାଷା ଭାଷି ଅଂଚଳରେ ବିଭିନ୍ନ ସମସ୍ୟା ଥିବାରୁ ତାହାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ବିଜେପି ଦଳର ଇସ୍ତାହାରରେ ଘରେ ଘରେ ଚୌକିଦାର ଅନୁପ୍ରବେଶକାରୀ ବାହାର ଏହି ସ୍ଲୋଗାନକୁ ବିରୋଧ କରି ବଙ୍ଗ ଭାଷାଭାଷି  ଭୋଟରଙ୍କୁ ଆକୃଷ୍ଟ କରି ଭାଷଣ ଦେଇଥିଲେ ।

ପଢନ୍ତୁ: ଓଡିଶା ଗସ୍ତରେ ବିଜେପିର ବରିଷ୍ଠ ନେତା ରଜନାଥ ସିଂହ

Related posts

ବୋମା ମାଡ ପରେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତଙ୍କୁ ଦେଖା କରିବାକୁ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

Ratnamani Moharana

ପଶ୍ଚିମବଙ୍ଗରେ ବିଜେପିର ନୂଆ ସ୍ଲୋଗାନ୍ ‘ଜୟ ମହାକାଳୀ ଜୟ ଶ୍ରୀରାମ’

Ratnamani Moharana

କର୍ଣ୍ଣାଟକରେ ଟଳମଳ ମେଣ୍ଟ ସରକାର

Ratnamani Moharana

1 comment

Leave a Comment