News

ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ମୃତ୍ୟୁ, ନିର୍ବାଚନକୁ ନେଇ ଆକ୍ରମଣ ସୂଚନା

ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ମୃତ୍ୟୁ, ନିର୍ବାଚନକୁ ନେଇ ଆକ୍ରମଣ ସୂଚନା

ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ବ୍ରହ୍ମପୁର ସହରର ଛତ୍ରପୁର ୬ ନମ୍ବର ୱାର୍ଡର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି (୧୬ ସେପ୍ଟେମ୍ବର) ମୃତ୍ୟୁ ହୋଇଛି । ଦୁର୍ବୃତ୍ତଙ୍କ ସଙ୍ଘବଦ୍ଧ ଆକ୍ରମଣରେ ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଯାବତ ଆକ୍ରମଣର କାରଣ ଜଣାପଡିନଥିଲେ ସୁଦ୍ଧା କଲେଜ ନିର୍ବାଚନକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକଆଜି ପ୍ରାୟ ୧୦ରୁ ୧୨ ଜଣ ଦୁର୍ବୃତ୍ତ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଘରେ ପଶି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଲକ୍ଷ୍ମୀଦତ୍ତ କିଛି ବୁଝିବା ପୂର୍ବରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ କିଛି ଯୁବକ । ଲକ୍ଷ୍ମୀଦତ୍ତଙ୍କ ଭାଇ ତାଙ୍କ ପାଟି ଶୁଣି ତାଙ୍କୁ ରକ୍ଷା କରିବାକୁ ଯାଇଥିବାବେଳେ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ଲକ୍ଷ୍ମୀଦତ୍ତ ଓ ତାଙ୍କ ଭାଇକୁ ବ୍ରହ୍ମପୁରୁ ମେଡିକାଲକୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହବାର କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ଭାଇ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ପୋଲିସ ଏବଂ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏହା ସହ ମେଡିକାଲ ପରିସରରେ ବହୁ ବଦାନ୍ୟ ବ୍ୟକ୍ତି ମାନେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟମୃତ ଲକ୍ଷ୍ମୀ ପ୍ରଧାନ ଛାତ୍ର ବିଜେଡିର ସଭାପତି ଥିଲେ । ତେବେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଆଶଙ୍କା କରାଯାଉଛି।

ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ମୃତ୍ୟୁ, ନିର୍ବାଚନକୁ ନେଇ ଆକ୍ରମଣ ସୂଚନା

ଆଗାମୀ ଓଡିଆ ସିନେମାର ଏହି ଭିଡିଓ ଦେଖନ୍ତୁ ଓ ମଜା ନିଅନ୍ତୁ

Related posts

ଏଣିକି ଛେଳି ଲିଭାଇବେ ନିଆଁ, ଗଠନ କରାଗଲା ଛେଳି ସେନା

Ratnamani Moharana

୧୩ରୁ ୧୬ ଯାଏ ବର୍ଷା ସହ ପବନ ସମ୍ଭାବନା

Ratnamani Moharana

ଦିଲ୍ଲୀ ଏମ୍ସ୍ ରେ ଆଡମିଟ ହେଲେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ !

ENO Beuro

2 comments

Leave a Comment