POLITICALS

ଢେଙ୍କାନାଳ ଯୁବ ବିଜେଡ଼ି ସଭାପତିଙ୍କୁ ଗୁଳିକରି ହତ୍ୟା,ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦୁଇ ମନ୍ତ୍ରୀ

ଗୁଳି ମାଡ଼ରେ ଢେଙ୍କାନାଳ ଯୁବ ବିଜେଡି ସଭାପତି ମୃତ

ଢେଙ୍କାନାଳ ଜିଲା କାମାକ୍ଷାନଗର ଗାନ୍ଧୀ ମନ୍ଦିର ସମ୍ମୁଖରେ ଆଜି ସକାଳ ୯ଟା ୩୦ରେ ଢେଙ୍କାନାଳ ଜିଲା ଯୁବ ବିଜୁ ଜନତା ଦଳ ସଭାପତି ତଥା ବସ୍‌ ମାଲିକ ସଂଘ ସମ୍ପାଦକ ଏବଂ କାମାକ୍ଷାନଗର ଏନ୍‌ଏସିର ପୂର୍ବତନ ନଗରପାଳ ଯଶୋବନ୍ତ ପରିଡ଼ାଙ୍କୁ କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ଲୋକଙ୍କୁ ଭୟଭିତ କରିବା ପାଇଁ ପ୍ରଥମେ ବୋମାମାଡ କରିବା ପରେ ୯ରାଉଣ୍ଡ ଗୁଳି ମାଡ କରିଥିଲେ ଦୁବୃର୍ତ୍ତ। ତେବେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରବେଳେ ତାଙ୍କର ମୃତ୍ୟୁ ହୋଇଛି । ଯଶୋବନ୍ତଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଥିଲା । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

ମିଳିତ ସୂଚନା ଅନୁଯାୟୀ,ଆଜି ସକାଳେ ଶ୍ରୀ ପରିଡ଼ା କାମାକ୍ଷାନଗର ଗାନ୍ଧୀ ମନ୍ଦିର ନିକଟରେ ନିଜ କାରରୁ ଓହ୍ଲାଉଥିବା ବେଳେ ସେଠାରେ ପୂର୍ବରୁ ଅପେକ୍ଷାରତ ଜଣେ ଯୁବକ ଦୌଡ଼ି ଯାଇ ଖୁବ୍‌ ପାଖରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳି ଶ୍ରୀ ପରିଡ଼ାଙ୍କ ମୁଣ୍ଡରେ ବାଜିବାରୁ ସେ ପଡ଼ି ଯାଇଥିଲେ। ପରେ ପରେ ଦୁର୍ବୃତ୍ତ ଜଣକ ବ୍ଲାଙ୍କ ଫାୟାରିଂ କରି ସେଠାରେ ଆତଙ୍କ ସୃଷ୍ଟି କରିବା ସହିତ ଖସିଯିବାକୁ ଚେଷ୍ଟା କରିଥିଲା। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଏହି ଖବର ପ୍ରଚାର ହୋଇଯିବା ପରେ ସମଗ୍ର କାମାକ୍ଷାନଗର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷେ,ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡକୁ ନେଇ ଦୁଇ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଯୁବ ବିଜେଡ଼ି ସଭାପତତି ଯଶୋବନ୍ତଙ୍କ ହତ୍ୟାର ଉପଯୁକ୍ତ ତଦନ୍ତ କରିବାକୁ ଦୁଇ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଯଶୋବନ୍ତ ଜଣେ ଭଲ ସଂଗଠକ ଥିବା ଓ ତାଙ୍କ ଦ୍ୱାରା ଦଳରେ ଏକ ଅପୂରଣୀୟ କ୍ଷତି ହୋଇଥିବା ମଧ୍ୟ ସେମାନେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଦୁଇ ମନ୍ତ୍ରୀ କାମାକ୍ଷାନଗର ଗସ୍ତ କରିଛନ୍ତି।

 

ପଢନ୍ତୁ; ବଲ୍‌ ଟ୍ୟାମ୍ପରିଂ: ଅଧିନାୟକ ଓ ଉପ ଅଧିନାୟକ ପଦରୁ ବିଦା ହେଲେ ସ୍ମିଥ, ୱାର୍ନର

Related posts

ନିର୍ବାଚନୀ ପ୍ରଚାରରେ ମାଳ ମାଳ ଷ୍ଟାର ପ୍ରଚାରକ

Ratnamani Moharana

ଭୁପେଶ ବାଘେଲ ହେଲେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ENO Beuro

ମାହାଙ୍ଗାରେ ବୈଜୟନ୍ତଙ୍କୁ ବିରୋଧ,ପୁଣି ଆରମ୍ଭ ଛକାପଞ୍ଝା

ENO Beuro

Leave a Comment