News

ବିନା ଅନୁମତିରେ ମୋଦୀଙ୍କ ଭାଷଣର ସିଧା ପ୍ରସାରଣ କରାଯାଇଛି: ବିଜେଡି ମୁଖପାତ୍ର ଡ଼ ସସ୍ମିତ ପାତ୍ର

ବିଜେପି ବିରୋଧରେ ପୁଣି ଫେରାଦ ହେଲା ବିଜେଡି

ନିର୍ବାଚନ ତାରିଖ ଘୋଷଣା ପରେ ସବୁ ଦଳ ଏବେ ନିର୍ବାଚନୀ ପ୍ରଚାର ପାଇଁ ଲାଗି ପଡିଛନ୍ତି। କିଏ ଘରେ ଘରେ କାମ୍ପେନ  କରୁଛନ୍ତି ତ କିଏ ସାଧାରଣ ସଭାର  ଆୟୋଜନ କରି ଲୋକଙ୍କୁ ଆହ୍ଵାନ କରିଛନ୍ତି। ଏହିଭଳି ଭିଭିନ୍ନ ମାଧ୍ୟମକୁ ଆପଣେଇଛନ୍ତି ରାଜନୈତିକ ଦଳ  । ତେବେ ବିଜେପି ପ୍ରଚାର ଲାଗି ଟିକେ ଅଧିକ କସରତ କରୁଥିବା ଦେଖାଦେଇଛି। ସୋଶଲ ମିଡିଆ, ବିଜ୍ଞାପନ, ହୋର୍ଡିଙ୍ଗ ଓ ଫୋନକୁ ଭଏସ କଲ ଓ ଏସେମେସ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରୁଛି ବିଜେପି। ତେବେ ବିଜେପି ନିକଟରେ ଭବାନୀପାଟଣାଠାରେ ଅନୁଷ୍ଠିତ ସଭାକୁ ଲୋକଙ୍କ ପାଖକୁ ଲାଇଭ  ଦେଖେଇ ଅଡୁଆ ଭିତରକୁ ଟାଣି ହୋଇଯାଇଛି।

ବିଜେପି ବିରୋଧରେ ନିର୍ବାଚନ କମିଶନ ଆଗରେ ଫେରାଦ ହୋଇଛି ବିଜେଡ଼ି। ବିଜେଡି ମୁଖପାତ୍ର ଡ଼ ସସ୍ମିତ ପାତ୍ର  କହିଛନ୍ତି ଯେ ନିର୍ବାଚନ ସଭାର ପ୍ରସାରଣ ପାଇଁ ମିଡିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟି ଠାରୁ ଅନୁମତି ବିନା ମୋଦିଙ୍କ ଭାଷଣକୁ ମୋବାଇଲ୍‌ରେ ପ୍ରସାରଣ କରିଛି। ଏକ ନିର୍ଦ୍ଦିଷ୍ଟ ନମ୍ବରକୁ ଫୋନ୍ କଲେ ମୋଦିଙ୍କ ଭାଷଣର ସିଧା ପ୍ରସାରଣ  ଶୁଣିବାକୁ ମିଳୁଥିଲା। ଆଇନ୍ ଅମାନ୍ୟ କରିଥିବାରୁ ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏ ବାବଦରେ ହୋଇଥିବା ଖର୍ଚ୍ଚକୁ କଳାହାଣ୍ଡି ଲୋକସଭା  ଆସନ ପ୍ରାର୍ଥୀ ଓ ଭବାନୀପାଟଣା ବିଧାନସଭା  ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚରେ ମିଶାଇବାକୁ ବିଜେଡି ଦାବି କରିଛି।

ପଢନ୍ତୁ: କଂଗ୍ରେସ ଭବନରେ ଅସୁରକ୍ଷିତ ନାରୀ: ଇସ୍ତଫା ଦେବେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା

Related posts

ବ୍ୟାପିଲା ବାର୍ଡ ଫ୍ଲୁ, ଆଜିଠାରୁ କୁକୁଡାମରା ଅଭିଯାନ

ENO Beuro

ସମସ୍ତ ଋଣ ଫେରାଇବେ ବିଜୟ ମାଲ୍ୟା, ଟୁଇଟ୍‌ ଜରିଆରେ ଜଣାଇଲେ

ENO Beuro

ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟ କୋଚ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କଲା ବିସିସିଆଇ

Ratnamani Moharana

Leave a Comment