News

ବିଜେଡିର ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ୍‌ଙ୍କ ପରଲୋକ

ବିଜେଡିର ବରିଷ୍ଠ ନେତା  ତଥା ବିଜେଡିର ପାଟକୁରା ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଶନିବର ସକାଳେ ପରଲୋକ  ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ।ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ  ବୟସ ହୋଇଥିଲା। ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ନେତା ବେଦ ପ୍ରକାଶ ଅଗ୍ରଓ୍ବାଲ ଏବଂ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ମଧ୍ୟ ଟକ୍କର ହେବ ବୋଲି ଶୁଣାଯାଉଥିଲା । ମାତ୍ର ଏବେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି  ହୋଇଛି ।

ନିର୍ବାଚନ ନିୟମ ଅନୁଯାୟୀ ପାଟକୁରା ବିଧାନସଭା ଆସନରେ ବାତିଲ ହେବା ସହ କେନ୍ଦ୍ରାପଡା ଲୋକସଭା ଆସନର ଫଳାଫଳ ମଧ୍ୟ ବିଳମ୍ବିତ ହେବା ଆଶଙ୍କା ରହିଛି । ପୁଣି ବିଜ୍ଞପ୍ତି ପ୍ରକାଶ  ପାଇବା ପରେ ଯାଇ ନିର୍ବାଚନ ପ୍ରକ୍ରିୟା ହେବ ।ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ୨୦୦୯ ଓ ୨୦୧୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ମଧ୍ୟ ୪ ଥର ବିଧାୟକ  ଭାବେ ନିର୍ବାଚିତ ହୋଇଥିଲେ।
ପଢନ୍ତୁ: ଚିଲିକାରେ ନବୀନ ଖୋଲିଲେ ଚିଲିକା କାର୍ଡ

Related posts

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !

ENO Beuro

କିନ୍ନର କେ. ପ୍ରତୀକା ୟସିନୀ, ପ୍ରମାଣ କରିଛନ୍ତି ଯେ ସାଧ୍ୟ ବଳରେ ସବୁକିଛି ସମ୍ଭବ

ENO Beuro

‘ଫନି’ ପାଇଁ ପରିବା ଚଢା ଦାମରେ ବିକୁଛନ୍ତି ବ୍ୟବସାୟୀ

1 comment

Leave a Comment