Loading...

ଏପ୍ରିଲ ୧୭ରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକକୁ ନିରାଡ଼ମ୍ବର ପାଳିବ ବିଜେଡି

ଏପ୍ରିଲ ୧୭ରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକକୁ ନିରାଡ଼ମ୍ବର ପାଳିବ ବିଜେଡି

ଆସନ୍ତା ଏପ୍ରିଲ ୧୭ରେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ ଜନନାୟକ, ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କର ତିରୋଧାନ ଦିବସ । ଚଳିତବର୍ଷ ନିରାଡମ୍ବର ଭାବେ ତିରୋଧାନ ଦିବସକୁ ପାଳନ କରିବ ବିଜୁ ଜନତା ଦଳ ।

ଆସନ୍ତା ଏପ୍ରିଲ ୧୭ରେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ ଜନନାୟକ, ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କର ତିରୋଧାନ ଦିବସ । ଚଳିତବର୍ଷ ନିରାଡମ୍ବର ଭାବେ ତିରୋଧାନ ଦିବସକୁ ପାଳନ କରିବ ବିଜୁ ଜନତା ଦଳ । ବିଜୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟସ୍ତରରେ ଏବଂ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯିବ । ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୁହ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ କରାଯିବ ।ଆମ ଇତିହାସ ବିଜୁ ବାବୁଙ୍କ ସେବା, ତ୍ୟାଗ ଏବଂ ନିରନ୍ତର ସଂଗ୍ରାମର ଜୀବନ୍ତ ଆଲେଖ୍ୟ । ସାରା ଜୀବନ ବିଜୁ ବାବୁ ଜନସେବାକୁ ସର୍ବାଧିକ ଗୁରୁତ୍ବ ଦେଇ ଆସୁଥିଲେ । ଏହି ମହାନ୍ ଜନନେତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଓଡ଼ିଶା ଆମ ପରିବାର, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ନିଜର ଜୀବନକୁ ଉତ୍ସର୍ଗ କରିଆସିଥିବା ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଓଡ଼ିଶାବାସୀଙ୍କ କଲ୍ୟାଣରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବା ନିମନ୍ତେ ନବୀନ ନିବେଦନ କରିଛନ୍ତି ।

 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.