EnewsOdia.Com

ଦଳରେ ଗୌଣ ହେଉଛନ୍ତି ବିଧାୟକ-ମନ୍ତ୍ରୀ, ସିଏମଓ ଏବେ ସବୁକିଛି

ଓଡ଼ିଶାରେ ଏବେ ଓଲଟା ପବନ ବୋହିବାରେ ଲାଗିଛି। କ୍ଷମତାର ବିକେନ୍ଦ୍ରୀକରଣ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକକ କ୍ଷମତାର ଅଧିକାରୀ ହୋଇ ରାଜ୍ୟକୁ ଶାସନ କରିବାର ନୂଆ ପରମ୍ପରା ସୃଷ୍ଟି ହୋଇଛି। ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା । ‘ଫାଇଭ-ଟି’ ଓ ‘ମୋ ସରକାର’ର ଆଳ ଦେଖାଇ ବିକାଶ ପ୍ରକ୍ରିୟାକୁ ମଠମନ୍ଦିରର ଭଙ୍ଗାଗଢ଼ା ଭିତରେ ଏବେ ସୀମିତ ରଖିଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ସଚିବମାନେ କ୍ରମାଗତ ଭାବେ ଗୌଣ ପାଲଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ଏବେ ସମସ୍ତ ଓ ଏକକ କ୍ଷମତାର ଅଧିକାରୀ ପାଲଟିଛି। ଯାହାକି ରାଜ୍ୟରେ ନିର୍ବାଚିତ ଲୋକ ପ୍ରତିନିଧି ଓ ଅନ୍ୟ ବରିଷ୍ଠ ଆଇଏଏସଙ୍କ କ୍ଷମତାକୁ ମଧ୍ୟ ପ୍ରଭାବିତ କରାଉଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ପାଟକୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ସାଧାରଣ ଲୋକଙ୍କୁ ଭେଟି ସିଧାସଳଖ ସେମାନଙ୍କର ଅଭିଯୋଗ ଶୁଣିଥିଲେ। ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟ ନିଜେ ମୁଖ୍ୟମନ୍ତ୍ରୀ ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ସେମାନେ ଆସିଥିବା ମଧ୍ୟ କହିବାକୁ ପଛାଇ ନଥିଲେ। ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନମଣ୍ଡଳୀରେ ଶାସକ ଦଳର ବିଧାୟକ(ଦିବଂଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ର ଅଗ୍ରୱାଲ) ଥିବାବେଳେ ଏହି ଅଫିସରମାନେ ତାଙ୍କୁ ଅଣଦେଖା କରି ସିଧାସଖଳ ଜନପ୍ରତିନିଧିମାନଙ୍କୁ ଭେଟି କି ସନ୍ଦେଶ ଦେବାକୁ ଚେଷ୍ଟା କରିଛନ୍ତି। ଶାସକ ଦଳର ଜଣେ ନିର୍ବାଚିତ ବିଧାୟିକା କ’ଣ ନିର୍ବାଚନମଣ୍ଡଳୀର ବିକାଶ କରିବାକୁ ଅକ୍ଷମ ନା ମୁଖ୍ୟମନ୍ତ୍ରୀଙ୍କ ଅଫିସ ହିଁ ସବୁକିଛି ବୋଲି ଦର୍ଶାଇବାକୁ ସନ୍ଦେଶ ଦିଆଯାଉଛି। ଏପରିକି ନିର୍ବାଚନମଣ୍ଡଳୀର ବିକାଶ କଥା ବୁଝିବା ପାଇଁ ଜିଲ୍ଲାସ୍ତରରେ ଯୋଜନା କମିଟି ଥିବାବେଳେ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ଅଣଦେଖା କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଧାସଳଖ ଲୋକଙ୍କ ପାଖକୁ ଯିବା କେତେଦୂର ସମୀଚୀନ ତାକୁ ନେଇ ପ୍ରଶ୍ନ ଉଠିଛି।

ପଢନ୍ତୁ: ଆଜିଠୁ ଖଣ୍ଡଗିରିରେ ଯାତ୍ରା ମହାସମର

ସମ୍ବନ୍ଧିତ ଖବର

ଏଣିକି ସବୁ RTOରୁ ମିଳିପାରିବ ଡିଏଲ୍

Ratnamani Maharana

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍

Ratnamani Maharana

ଡିଗ୍ରି କଲେଜରେ ସ୍କୁଲ ଭଳି ଆରମ୍ଭ ହେବ ଏକ୍ସଟ୍ରା କ୍ଲାସ

Ratnamani Maharana

ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି

Ratnamani Maharana

ଆଜିଠାରୁ କଟକ-ଭୁବନେଶ୍ବରରେ ବନ୍ଦ ହେବ ମଲ୍‌

Ratnamani Maharana

୧୯ରୁ ମାଟ୍ରିକ୍‌ ପରୀକ୍ଷା, ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର

Ratnamani Maharana