POLITICALS

ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନାମାଙ୍କନ ନାକଚ କରିବାକୁ ଦାବି

ଚ୍ୟୁତଙ୍କ ନାମାଙ୍କନ ପତ୍ର ନାକଚ କରିବାକୁ ସିଇଓ ଡି.ଏନ ଗୁପ୍ତାଙ୍କ ନିକଟରେ ଦାବି

ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ସୋମବାର  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ୍ ହୋଇଛନ୍ତି କିଛି ବରିଷ୍ଠ ନାଗରିକ । ଏହି ବରିଷ୍ଠ ନାଗରିକମାନେ ଅଚ୍ୟୁତଙ୍କ ନାମାଙ୍କନ ପତ୍ର ନାକଚ କରିବାକୁ ସିଇଓ ଡି.ଏନ ଗୁପ୍ତାଙ୍କ ନିକଟରେ ଦାବି କରିଛନ୍ତି ।

ଅଚ୍ୟୁତ ସାମନ୍ତ ସେମାନଙ୍କ ଜମିକୁ ରାସ୍ତା ଛାଡ଼ୁ ନଥିବା ବରିଷ୍ଠ ନାଗରିକମାନେ ଶ୍ରୀ ଗୁପ୍ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନଙ୍କ ନିର୍ମିତ ପାଚେରୀକୁ ବାରମ୍ବାର ଭାଙ୍ଗିବା ସହ ରାସ୍ତା ଅବରୋଧ କରୁଥିବା ସେମାନେ କହିଛନ୍ତି।

ଏହା ବ୍ୟତିତ କିଟ୍ ଜଗନ୍ନାଥ ମନ୍ଦିର ସେମାନଙ୍କ ଜମିରେ ହୋଇଛି । ଅଚ୍ୟୁତ ଜମି ମାଡ଼ି ବସି ଜଗନ୍ନାଥ ମନ୍ଦିର କରିଛନ୍ତି ବୋଲି ବରିଷ୍ଠ ନାଗରିକ ମାନେ ଇଲେକ୍ଟ୍ରୋରାଲ୍ ଅଫିସରଙ୍କ ପାଖରେ ଅଭିଯୋଗ କରିଛନ୍ତି ।

ତେଣୁ ଅଚ୍ୟୁତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବା ସହ ରାଜ୍ୟସଭା ପାଇଁ ଦାଖଲ କରିଥିବା ନାମାଙ୍କନ ପତ୍ର ନାକଚ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବରିଷ୍ଠ ନାଗରିକ ମାନେ ଦାବି କରିଛନ୍ତି ।

ପଢନ୍ତୁ ;

ବନ୍ଦ ହେବ ପ୍ରସିଦ୍ଧ ଧାରାବାହିକ ‘ସାବଧାନ ଇଣ୍ଡିଆ’

Related posts

ପଦ୍ମ ଧରିଲେ ସିମୁଳିଅାର ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା

ENO Beuro

ପାକିସ୍ଥାନ ନିର୍ବାଚନ: ଭୋଟ ଗଣତି ଜାରି, ଇମ୍ରାନ୍‌ ଖାନ ହେବେ ପ୍ରଧାନମନ୍ତ୍ରୀ

ENO Beuro

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିିତିରେ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହେଲେ ଅପରାଜିତା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More