February 16, 2019

ଅହେତୁକ ତୈଳ ଦର ବୃଦ୍ଧିର ତୀବ୍ର ପ୍ରତିବାଦରେ ବିଜେଡ଼ିର ୫ ଘଂଟିଆ ହରତାଳ

ଅହେତୁକ ତୈଳ ଦର ବୃଦ୍ଧିର ତୀବ୍ର ପ୍ରତିବାଦରେ ବିଜେଡ଼ିର ୫ ଘଂଟିଆ ହରତାଳ

ଅହେତୁକ ତୈଳ ଦର ବୃଦ୍ଧିର ତୀବ୍ର ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡ଼ି) ର ୫ ଘଂଟିଆ ହରତାଳ । ୭ଟାରୁ ୧୨ଟା ଯାଏଁ ୫ ଘଂଟା ଧରି ରାଜ୍ୟ ବ୍ୟାପି ଆନ୍ଦୋଳନ କରୁଛି ବିଜେଡି । ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଅସ୍ୱାଭାବିକ ଭାବରେ ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦ କରି ଏହି ହରତାଳ କରୁଛି ବିଜେଡି । ଆଜି ସକାଳୁ ବିଜେଡ଼ି କର୍ମୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସ୍କୁଲକଲେଜ ସମେତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ପ୍ରଥମାର୍ଦ୍ଧରେ ବନ୍ଦ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । 

ହରତାଳ ଶାନ୍ତିପୂର୍ଣ୍ଣ ହେବ ବୋଲି କୁହାଯାଉଥିଲେ ହେଁ ବିଜେଡ଼ି କର୍ମୀମାନେ ରେଳ ଷ୍ଟେସନବସଷ୍ଟାଣ୍ଡ ଓ ସହରର ଗୁରୁତ୍ୱପୂର୍ଣ୍ଣ ଛକଗୁଡ଼ିକରେ  ରାସ୍ତା ଅବରୋଧ କରି ବସି ରହିଛନ୍ତି ।  ରାଜଧାନୀର ସମସ୍ତ ସ୍କୁଲ କଲେଜ ବସ୍ ଗୁଡ଼ିକ ବନ୍ଦ କରିଦିଆଯିବାରୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ସ୍ୱାଭାବିକ ଭାବରେ ବନ୍ଦ ହୋଇଯାଇଥିଲା । 

ବିଜେଡ଼ି ରାସ୍ତା ଅବରୋଧ କରିଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟ ପ୍ରଭାବିତ ହୋଇଥିବା ଜଣାଯାଇଛି । ଭୁବନେଶ୍ୱର ରେ ଆମ୍ବୁଲାନ୍ସ କୁ ମଧ୍ୟ ଅଟକାଯାଇଛି ବୋଲି ଜଣାପଡିଛି । ତେଣୁ ଏହି ଆନ୍ଦୋଳନ ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ।

ପୁରୀ, ,ଭୁବନେଶ୍ୱରକଟକ ଓ ବ୍ରହ୍ମପୁର ରେଳ ଷ୍ଟେସନରେ କର୍ମୀମାନେ ପିକେଟିଂ କରିଥିବା ବେଳେ ରାଜ୍ୟର ସମସ୍ତ ବ୍ଲକ ଓ ସଦରମହକୁମା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅତ୍ୟାବଶ୍ୟକ ସେବା ଗୁଡ଼ିକ ଚାଲୁରହିବ ବୋଲି କୁହାଯାଉଥିଲା । କିନ୍ତୁ ବ୍ୟାଙ୍କ ଓ ସରକାରୀ ଦପ୍ତର ଉପରେ ମଧ୍ୟ ବିଜେଡିର ଏହି ହରତାଳର ପ୍ରଭାବ ଦେଖିବାକୁ ମିଳିଛି ।

ଅହେତୁକ ତୈଳ ଦର ବୃଦ୍ଧିର ତୀବ୍ର ପ୍ରତିବାଦରେ ବିଜେଡ଼ିର ୫ ଘଂଟିଆ ହରତାଳ

ଶୁଣନ୍ତୁ ପୁରୁଣା ଓଡିଆ ସୁପର ହିଟ ଗୀତ “ପୁଚୁକୁ ଗାଲି ଫେସନ ବାଲି” ନୂଆ ରୂପରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More