POLITICALS

ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ବିଜେଡିର ସମର୍ଥନ

Bjd Supports Bill On Jk In Rajyasabhal Thumbnail 750x430

ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାକୁ ଜଣାଇଛନ୍ତି।  ଏଥିଯୋଗୁ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବହୁ ଦଳ କେନ୍ଦ୍ର ସରକାରଙ୍କ ଏପରି ପଦକ୍ଷେପକୁ ବିରୋଧ କରୁଥିବା ବେଳେ ବିଜୁ ଜନତା ଦଳ ପରି ଆଞ୍ଚଳିକ ଦଳ ଏହାକୁ ସମର୍ଥନ ଜଣାଇଛି।  ଏନେଇ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ  ସମର୍ଥନ ଜଣାଇଥିଲେ ।

ବିଜୁ ଜନତା ଦଳ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ  କହିଛନ୍ତି, ୩୭୦ ଧାରା ଉଚ୍ଛେଦକୁ ବିଜୁ ଜନତା ଦଳ ସମର୍ଥନ କରୁଛି। ଆଜିର ଏହି ପଦକ୍ଷେପ ପରେ ସାରା ଦେଶ ସମାନ ହୋଇଗଲା। ଜମ୍ମୁ କାଶ୍ମୀର ଆଜି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେଲା। ସେ ଆହୁରି କହିଛନ୍ତି ଯେ, ଆମେ ଆଞ୍ଚଳିକ ଦଳ ହୋଇଥିଲେ ବି ଦେଶ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ସେଦିନ ବେଶି ଖୁସି ହେବୁ ଯେଉଁଦିନ POK (ପାକିସ୍ତାନ ଅଧିକୃତ କାଶ୍ମୀର) ଭାରତରେ ମିଶିଯିବ। ରାଜ୍ୟସଭାରେ ଗୃହମନ୍ତ୍ରୀ ଏହି ପ୍ରସ୍ତାବ ରଖିବା ପରେ ବିରୋଧୀ ଏହାର ଦୃଢ଼ ବିରୋଧ କରିଥିଲେ। ଏହାକୁ ନେଇ ଗୃହରେ ଝଡ଼ ସୃଷ୍ଟି ହୋଇଥିଲା।

ପଢନ୍ତୁ: ସରକାରଙ୍କ ଐତିହାସିକ ଘୋଷଣା ପରେ କଶ୍ମୀରକୁ ଗଲେ ଆଉ ୮୦୦୦ ସୈନ୍ୟ

Related posts

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ

Ratnamani Moharana

ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ !

ENO Beuro

ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଲେ ହାର୍ଦ୍ଧିକ

ENO Beuro

Leave a Comment