POLITICALS

ଗଂଜାମରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ନବୀନ

ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜିଠୁ ଆରମ୍ଭ କରିବାକୁ ଯାଉଛନ୍ତି ନିର୍ବାଚନୀ ପ୍ରଚାର। ବିଜେଡ଼ିର ଷ୍ଟାର   ପ୍ରଚାରକ ନାବୀନ ଆଜି ଗଞ୍ଜାମ  ଗସ୍ତରେ ରହିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ଗଞ୍ଜାମରେ ହେବାକୁ ଥିବାରୁ ସେହିଠାରୁ ହିଁ ପ୍ରଚାର ଆରମ୍ଭ କରାଯାଇଛି। ନବୀନ ଅପରାହ୍ଣ ୩ଟା ରେ ବିଜୁ ପଟ୍ଟନାୟକ ବିମାବନ୍ଦରରୁ ହେଲିକପ୍ଟର ଯୋଗେ ଗସ୍ତ କରି ଛତ୍ରପୁର ଷ୍ଟାଡିୟମରେ  ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେବେ। ଅପରାହ୍ଣ ସାଢେ ୪ଟାରେ ବ୍ରହ୍ମପୁର ସହରରେ ଓ ୭ଟା ୧୫ରେ ଛତ୍ରତ୍ପୁର ଏନ୍ଏସି ଠାରୁ ଗଞ୍ଜାମ ଏନ୍ଏସିରେ ରୋଡ ସୋ କରିବାର ଯୋଜନା ରହିଛି।

ନବୀନଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ସମେତ ବିଜେଡ଼ିର କର୍ମକର୍ତ୍ତା ଯାଏ ସମସ୍ତେ ଖୁସି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖିଆଗରେ ରଖି ସେଠାରେ ବ୍ୟାପକ ସୁରକ୍ଷା  ଗ୍ରହଣ କରାଯାଇଛି।
ପଢନ୍ତୁ: ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜଙ୍କ ସହ ନିର୍ବାଚନୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଓଡିଆ ପୁଅ ଅନିଲ

Related posts

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ‘ନୂଆ ସରକାରର ଶପଥ ଗ୍ରହଣରେ ନିଶ୍ଚିତ ଡାକିବୁ’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ratnamani Moharana

ମିହିର ଦାସ ଓ ଅନୁ ଚୌଧୁରୀଙ୍କ ପରେ ଆଜି ବିଜେପିରେ ସାମିଲ ହେବେ ଅଭିନେତ୍ରୀ ମହାଶ୍ୱେତା ରାୟ

ENO Beuro

ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳଙ୍କ ଇସ୍ତଫା ନେଇ ଚର୍ଚ୍ଚା

Ratnamani Moharana

Leave a Comment