News

ବିଜେପିର ନିର୍ବାଚନୀ ଇସ୍ତାହାରକୁ ଟାର୍ଗେଟ କଲା ବିଜେଡ଼ି

କହିବା ଓ କରିବା ମଧ୍ୟରେ କେତେ ଫରକ ଠାୟେ ତାହା ଓଡିଶାବାସୀ ଜାଣିଛନ୍ତି: ବିଜେଡ଼ି

ଆଜି ବିଜେପି  ପ୍ରକାଶ କରିଛି ତାର ନିର୍ବାଚନୀ ଇସ୍ତାହାର । ଏହି ଇସ୍ତାହାରରେ ବିଜେପି ଜନସାଧାରଙ୍କୁ ଦେଇଛି ବହୁ ପ୍ରତିଶ୍ରୁତି । ନିକଟରେ କଂଗ୍ରେସ ମଧ୍ୟ ତାର ନିର୍ବାଚନୀ ଇସ୍ତାହାର ପ୍ରକାଶକୁ ନେଇ ଅନ୍ୟ ଦଳ ଆଗରେ ପରିହାସର  ବିଷୟ ପାଲଟି ଥିଲାବେଳେ। ଏହି ତାଲିକାରେ ଏବେ ବିଜେପି। ବିଜେପିର ଇସ୍ତାହାରକୁ ବିଜେଡ଼ି ବିଜେପିର ଲୋକଦେଖାଣିଆ ବୋଲି କହିଛି। ବିଜେଡ଼ି କହିଛିକି, ୨୦୧୯ ପାଇଁ ବିଜେପିର ନିର୍ବାଚନ ଇସ୍ତାହାର ଆସିଗଲା ଏବେ ଆସନ୍ତୁ ତାଙ୍କ ୨୦୧୪ ଇସ୍ତାହାରର ତର୍ଜମା କରିବା ବୋଲି କହିଛି। ବିଜେପିର ପ୍ରତି ପ୍ରତିଶ୍ରୁତିର ଜବାବ ମାଗିଛି ବିଜେଡ଼ି। ଏହି ତର୍ଜମା କିଛି ଏହିପରି….

୧) ବିଜେପିର ପ୍ରତିଶ୍ରୁତି: ଓଡିଶା ପାଇଁ ସ୍ଵତନ୍ତ୍ର ପାହ୍ୟା ମାନ୍ୟତା।

ବିଜେଡ଼ିର ତର୍ଜମା: ପୂରାପୂରି ଭୁଲିଗଲା ବିଜେପି। ଏବେ ସମ୍ପୂର୍ଣ ନୀରବତା।

୨) ବିଜେପିର ପ୍ରତିଶ୍ରୁତି:  ଏସଟି ଏସସି ଛାତ୍ରବୃତି ୨ ଗୁଣା କରାଯିବ।

ବିଜେଡ଼ିର ତର୍ଜମା: ଅନୁଦାନ ବନ୍ଦ କରିଦେଲା ବିଜେପି।

୩) ବିଜେପିର ପ୍ରତିଶ୍ରୁତି: ବିଧାବାଙ୍କ ପାଇଁ ମାସକୁ ୧ ହଜାର ତାଙ୍କ ପେନସନ।

ବିଜେଡ଼ିର ତର୍ଜମା: ୫ ବର୍ଷ ଧରି ମାସକୁ ୩୦୦ ଟଙ୍କା ମିଳିଲା। ଶେଷରେ ନବୀନ ତାହାକୁ ୫୦୦କୁ ବୃଦ୍ଧି କାଲେ।
୪) ବିଜେପିର ପ୍ରତିଶ୍ରୁତି: ଆନ୍ତଃ ନଦିଜଳ ପରିବହନ ନଦୀ ସଂଯୋଗୀକରଣ କରାଯିବ।
ବିଜେଡ଼ିର ତର୍ଜମା: ନିର୍ଧୁମ ଖରାରେ ବରଫା ବର୍ଷ ହେଉଥିବାର ସ୍ଵପ୍ନା ଦେଖିଲାଭଳି ହେଲା।
୫) ବିଜେପିର ପ୍ରତିଶ୍ରୁତି:ସବୁ ଜିଲ୍ଲାରେ ବିଶ୍ଵସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା କରାଯିବ।
ବିଜେଡ଼ିର ତର୍ଜମା: ସତ୍ୟତା ହେଲା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନର ଅନୁଦାନ କମାଇ ଦିଆଗଲା ଏବଂ କୌଣସି ହସ୍ପିଟାଲ ଟଙ୍କାଟିଏ ମଧ୍ୟ ଅନୁଦାନ ପାଇଲା ନହିଁ।
ପଢନ୍ତୁ: ହିଞ୍ଜିଳି ଓ ଭଣ୍ଡାରୀପୋଖରୀରୁ ଲଢିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Related posts

ବାଧୁଛି ଜେଲ ଦଣ୍ଡ,ରାଜକ୍ଷମା ଲୋଡ଼ିଲେ ଆଶାରାମ

ENO Beuro

ଭାରତୀୟ ନାଗରିକତ୍ୱ ଛାଡ଼ିଲେ ମେହୁଲ ଚୋକ୍‌ସି

ENO Beuro

ସୁନା ଗହଣାର ମାନ ବିଷୟରେ ସଠିକ୍ ସୂଚନା ପାଇଁ ସରକାରଙ୍କ ନୂଆ ଯୋଜନା

ENO Beuro

Leave a Comment