• Home
  • POLITICALS
  • ବିଜେପୁର ଉପନିର୍ବାଚନ : ରୀତା ସାହୁ ୪୧,୯୩୩ ଖଣ୍ଡ ଭୋଟ୍‌ରେ ହରାଇଲେ ଅଶୋକ ପାଣିଗ୍ରାହୀଙ୍କୁ 
POLITICALS

ବିଜେପୁର ଉପନିର୍ବାଚନ : ରୀତା ସାହୁ ୪୧,୯୩୩ ଖଣ୍ଡ ଭୋଟ୍‌ରେ ହରାଇଲେ ଅଶୋକ ପାଣିଗ୍ରାହୀଙ୍କୁ 

ବିଜେପୁରରେ ବିଜେଡିର ବାଜିମାତ

ବିଜେପୁରରେ ବିଜେପିର ଆକଳନ ଭୁଲ ପ୍ରମାଣିତ ହୋଇଥିବାବେଳେ ବିଜେଡ଼ି ଲଗାଥିବା ଅନୁମାନ ପ୍ରତିଫଳିତ ହୋଇଛି । ବିଜେପୁର ବିଧାନସଭା ଆସନ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଶୋକ ପାଣିଗ୍ରାହୀଙ୍କୁ ବିପୁଳ ୪୧,୯୩୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି । ରୀତା ସାହୁ ବିଜେପୁରର ନୂତନ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।

ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍‌ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୦,୨୭୪ ଖଣ୍ଡ ଭୋଟ୍‌ ମିଳିଛି।

ଏହି ନିର୍ବାଚନରେ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ସେମାନଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ସହିତ ମୋଟ୍‌ ୧୧ ଜଣ ପ୍ରାର୍ଥୀ ଅମାନତ ହାରିଛନ୍ତି । ବିଜେପୁର ଭୋଟର ବିଜୁ ଜନତା ଦଳ ଓ ଏହାର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ବିଜୟୀ କରାଇଛନ୍ତି ।
ବିଜେପୁର ଉପନିର୍ବାଚନ : ରୀତା ସାହୁ ୪୧,୯୩୩ ଖଣ୍ଡ ଭୋଟ୍‌ରେ ହରାଇଲେ ଅଶୋକ ପାଣିଗ୍ରାହୀଙ୍କୁ  rita sahoo
ପଢନ୍ତୁ ;

୮ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ ୨୦୧୭

Related posts

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା !

ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

Krishna Kumar Manoj

ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜ ବବର!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More