ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି

ବୈଜୟନ୍ତ ପଣ୍ଡାଙ୍କ ଇସ୍ତାଫ ପାଇଁ ବାଚସ୍ପତିଙ୍କୁ ଚିଠି

ବୈଜୟନ୍ତ ପଣ୍ଡାଙ୍କ ଇସ୍ତାଫ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ। ବୈଜୟନ୍ତ ପଣ୍ଡାଙ୍କ ଇସ୍ତାଫ ଗ୍ରହଣ କରାଯାଉ ଏଭଳି କହିଛନ୍ତି ସଂସଦୀୟ ଦଳ ନେତା ତଥା ବିଜେଡି ସାଂସଦ ଭର୍ତ୍ତୁହରି। ସାଂସଦ ଭର୍ତ୍ତୁହରି ମହତାବ ଲୋକସଭା ବାଚସ୍ପତିଙ୍କୁ ଏନେଇ ଚିଠି ଲେଖଇଛନ୍ତି। ସେ ଲେଖିଛନ୍ତି ଯେ, ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ପତ୍ର ଶୀଘ୍ର ଗ୍ରହଣ କରାଯାଉ। ଏନେଇ ସମାନ ଢଙ୍ଗରେ ମଧ୍ୟ ବିଜେଡି ମୁଖ୍ୟ ସଚେତକ ତଥା ସାଂସଦ ତଥାଗତ ଶତପଥୀ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି।

ବୈଜୟନ୍ତ ନିଜ ତରଫରୁ ସେ ଇସ୍ତଫା ଦେଇଛନ୍ତି, ତେଣୁ ସମ୍ବିଧାନର ଦଶମ ଅନୁଚ୍ଛେଦର ଦଳ ବିରୋଧୀ ଆଇନର ବ୍ୟବସ୍ଥା ଅନୁସାରେ ସେ ଆଉ ସାଂସଦ ରହିପାରିବେ ନାହିଁ। ଆଇନ ଅନୁସାରେ ଲୋକସଭାର ସାଂସଦ ହେବାକୁ ସେ ବର୍ତମାନ ଅଯୋଗ୍ୟ।

ଭର୍ତୃହରି ଆହୁରି ମଧ୍ୟ ଲେଖିଛନ୍ତି ନିଜ ତରଫରୁ ସେ ଇସ୍ତଫା ଦେଇଥିବାରୁ ସାଂସଦ ପଦରୁ ହଟାଇବା ପାଇଁ ଦଶମ ଅନୁଚ୍ଛେଦ ଅନୁସାରେ ଦଳ ତରଫରୁ କୌଣସି ପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ନାହିଁ। ତେଣୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ସାଂସଦ ଭାବରେ ରହିବାର ଅଧିକାର ନଥିବାରୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିବାକୁ ଭର୍ତୃହରି ଅନୁରୋଧ କରିଛନ୍ତି।

ପଢନ୍ତୁ;ମୁଖ୍ୟମନ୍ତ୍ରୀ: ଅକ୍ଟୋବର ୨ରୁ ଓଡ଼ିଶାରେ ନିଷିଦ୍ଧ ହେବ ପ୍ଲାଷ୍ଟିକ

ଆଇନ ଅନୁସାରେ ଲୋକସଭାର ସାଂସଦ ହେବାକୁ ସେ ବର୍ତମାନ ଅଯୋଗ୍ୟ। - 4.7

93%

ସାଂସଦ ଭର୍ତ୍ତୁହରି ମହତାବ ଲୋକସଭା ବାଚସ୍ପତିଙ୍କୁ ଏନେଇ ଚିଠି ଲେଖଇଛନ୍ତି - 4.5

89%
4.6/5

Excellent!

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି

ବୈଜୟନ୍ତ ପଣ୍ଡାଙ୍କ ଇସ୍ତାଫ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ। ବୈଜୟନ୍ତ ପଣ୍ଡାଙ୍କ ଇସ୍ତାଫ ଗ୍ରହଣ କରାଯାଉ ଏଭଳି କହିଛନ୍ତି ସଂସଦୀୟ ଦଳ ନେତା ତଥା ବିଜେଡି ସାଂସଦ ଭର୍ତ୍ତୁହରି।

No Votes Yet

You're not rated yet