POLITICALS

ମହିଳା ଦୁଷ୍କର୍ମକାରୀଙ୍କ ସୁରକ୍ଷାକାରୀଙ୍କୁ ଟିକେଟ ଦେଉଛି ବିଜେଡି: ବିଜେପି

ନିର୍ବାଚନ  ତାରିଖ ଘୋଷଣା ପରେ ପ୍ରାର୍ଥୀପତ୍ର ଘୋଷଣାକୁ ନେଇ ପ୍ରଥମରୁ ଲାଗି ରହିଛି କନ୍ଦଳ। ତେବେ ଏହି ତାଲିକାରେ ଏବେ ପୁଣି ବିଜେଡିର ନା ଉଠିଛି। ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେପି ଟାର୍ଗେଟ କରିଛି ବିଜେଡି ସୁପ୍ରିମୋ ନବୀନ  ପଟ୍ଟନାୟକଙ୍କୁ। ଯେଉଁ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କଥା ଉଠାଇଥିଲେ ସେ କିପରି ଭାବେ ମହିଳା ଦୁଷ୍କର୍ମକାରୀଙ୍କ ସୁରକ୍ଷାକାରୀଙ୍କୁ ଟିକେଟ ଦେଉଛି ବୋଲି ପ୍ରଶ୍ନ କରିଥିଲେ ବିଜେପି ରାଜ୍ୟ ସମ୍ପାଦକ ଡଃ ଲେଖାଶ୍ରୀ ସାମନ୍ତସିଂହାର

ତେବେ ପିପିଲି ଧର୍ଷଣ ମାମଲାରେ ସମ୍ପୃକ୍ତି ଥିବା ମନ୍ତ୍ରୀ ପ୍ରଦୀପ ମହାରଥୀ , ମହିଳା ମାର୍ଶଲଙ୍କୁ ଅସଦାଚରଣର ଅଭିଯୋଗ ଥିବା ମହେଶ୍ୱର ମହାନ୍ତି , ଯୌନ ନିର୍ଯାତନା ଅଭିଯୋଗ ବିଚାରାଧୀନ ଥିବା ବ୍ରଜ ପ୍ରଧାନଙ୍କୁ  କିପରି ଭାବେ ବିଜେଡି ଟିକେଟ ଦେଇଛି ବୋଲି କହିଥିଲେ। ଏବେ ଦଳୀୟ ଟିକେଟ୍ ବଣ୍ଟନରେ ବିଜେଡି ଏପରି ନେତାମାନଙ୍କୁ ଟିକେଟ୍ ଦେଉଛି ଯେଉଁମାନେ ମହିଳାଙ୍କ ସହ ଅସଦାଚରଣ ଓ ଧର୍ଷଣକାରୀଙ୍କୁ ସୁରକ୍ଷା ଦେବାଭଳି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି। ନବୀନ ମହିଳାଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା  କାନ୍ଦୁଛନ୍ତି ଓ ଭୋଟ୍ ପାଇଁ ବାୟା  ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ପଢନ୍ତୁ: ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜଙ୍କ ସହ ନିର୍ବାଚନୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଓଡିଆ ପୁଅ ଅନିଲ

Related posts

ବିଜେଡ଼ି ଓ ବିଜେପି ମହାମିଳନର ମାଧ୍ୟମ ସଜିଲା ହେଲିକପ୍ଟର

Ratnamani Moharana

ସାଂସଦ ବୈଜୟନ୍ତ ପଣ୍ଡାକୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଗଲା

ENO Beuro

ଉପ ନିର୍ବାଚନ : କଂଗ୍ରେସ ପୋଛିନେଲା ୩ଟି ଯାକ ଆସନ , ସଫା ହେଲା ବିଜେପି

ENO Beuro

Leave a Comment