POLITICALS

କେନ୍ଦ୍ରାପଡାରେ ଟଙ୍କା ବାଣ୍ଟୁଛି ବିଜେଡ଼ି

କେନ୍ଦ୍ରାପଡ଼ା , ବିଜେଡିର ଗଡ଼। ଏଠାରୁ ଯିଏ ବି ବିଜେଡି ପ୍ରାର୍ଥୀ ହେଉଛନ୍ତି ସେ ବାଜି ମାରୁଛନ୍ତି। ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ହିଁ ଏଠାରୁ ଜିତିଛନ୍ତି।ନିର୍ବାଚନ ଆଚରଣ ବିଧି ଅନୁସାରେ ମତଦାନର ୩୬ ଘଣ୍ଟା  ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର । ଏହି ସମୟ ପରଠାରୁ କୌଣସି ପ୍ରାର୍ଥୀ ଅଞ୍ଚଳ ପରିକ୍ରମା କରିପାରିବେ ନାହିଁ କିମ୍ବା ନିଜ ସପକ୍ଷରେ ଭୋଟରଙ୍କୁ କିଛି କହିପାରିବେ ନାହିଁ ।ହେଲେ ସମସ୍ତେ ଜାଣନ୍ତି, ଏହି ଦୁଇଦିନ ପ୍ରାର୍ଥୀଙ୍କ ପାଇଁ ଖୁବ ଗୁରୁତ୍ୱ ରଖେ। ଏପରିକି ଏହି ଦୁଇ ରାତିର କାରବାର ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇ ଦିଏ।

ତେବେ ଏହି ଭଳି କିଛି ଅଭିଯୋଗ ହୋଇଛି ବିଜେଡ଼ି ଉପରେ। ବିଜେଡିର ରାଜ୍ୟସ୍ତରୀୟ ନେତାମାନେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ଟଙ୍କା ବାଣ୍ଟୁଛନ୍ତି। ଏପରି ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ବିଜେପିର ଅଭିଯୋଗକ୍ରମେ ମହାକାଳପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ମହିଳା ସ୍ୱୟଂ ସହାୟକ ଗ୍ରୁପ ଦ୍ୱାରା ଟୁମୁଟା ପଞ୍ଚାୟତରେ ଟଙ୍କା ବାଣ୍ଟୁଛନ୍ତି। ସେହିପରି ବିଜେଡି ନେତା ବିଜୟ ସ୍ୱାଇଁ ମହାକାଳପଡା ବିଧାନସଭା ନିର୍ବାଚନମଣ୍ଡଳୀର ଟିଖିରି ପଞ୍ଚାୟତରେ ଖୁଲମଖୁଲା ଗାଁରେ ଟଙ୍କା ବାଣ୍ଟି ଭୋଟ ଦେବା ପାଇଁ ମତଦାତାଙ୍କୁ କହୁଛନ୍ତି ଟଙ୍କା ବଣ୍ଟା ଯିବା ସହ ବୁଥ୍‌ ରିଗିଂ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ତେଣୁ ଏହି ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ବିଜେପି ଦାବି କରିଛି।
ପଢନ୍ତୁ: ଓଡିଶାରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ

Related posts

ନିର୍ବାଚନ ମଇଦାନକୁ ଓହ୍ଲାଇବେ ବଲିଉଡ ଅଭିନେତ୍ରୀ କରୀନା

ENO Beuro

ବିଜେଡ଼ିର ୩ ରାଜ୍ୟସଭା ପ୍ରାର୍ଥୀ : ସୋମ୍ୟରଞ୍ଜନ, ପ୍ରଶାନ୍ତ , ଅଚ୍ୟୁତଙ୍କ ନାମ ଘୋଷଣା କରିଛନ୍ତି ନବୀନ

ENO Beuro

ଅନୁଭବ ମହାନ୍ତିଙ୍କ ଜମୁଛି ନିର୍ବାଚନୀ ପ୍ରଚାର ସହ ରୋଡ୍ ସୋ’

Ratnamani Moharana

Leave a Comment