News

ଭୋଟ ଗଣତି ପୂର୍ବରୁ ନବୀନଙ୍କୁ ଟାଣିବାକୁ ଜାତୀୟ ସ୍ତରରେ ଚାଲିଛି କସରତ

R

ନବୀନଙ୍କୁ ମୋଦୀ ଓ ସୋନିଆଙ୍କ ଡାକରା

ଭୋଟ ଗଣତି ପୂର୍ବରୁ ଆରମ୍ଭ ହେଲାଣି ଗେମପ୍ଳାନ। କେନ୍ଦ୍ରରେ ସରକାର ଗଢିବା ନେଇ ଚାଲିଲାଣି କୂଟନୀତି। ଦିଲ୍ଲୀ ସିଂହାସନରେ ବସିବାକୁ ହେଲେ ଦରକାର ଆଞ୍ଚଳିକ ଦଳର  ସାହାରା। ଉଭୟ କଂଗ୍ରେସ ଓ ବିଜେପିର ନଜର ଏବେ ଓଡିଶା ଉପରେ। ବିଜେଡ଼ି ସୁପ୍ରିମୋ ଏବେ ଦୁଇ ଦଳ ପାଇଁ ଆଶାବାଡି। ଯିଏ ନବୀନଙ୍କୁ ଧରିପାରିବା ସେ ହେବ ବିଜୟୀ। ସେଥିପାଇଁ ଭୋଟ ଗଣତି ପୂର୍ବରୁ ଆରମ୍ଭ ହୋଇଛି ଜରଦାର କସରତ। ମାତ୍ର ଅନିଷ୍କିତତାରେ ନାୟକ ନବୀନ। ସେ ଏବେ ପୁରାକୁ ପୁରା ମୂଲଚାଲ ମୁଦ୍ରାରେ।

ନିକଟଟେ ଦିଲ୍ଲୀ ଏୟାରପୋର୍ଟରେ ନବୀନ ଓ ଧର୍ମେନ୍ଦ୍ରଙ୍କୁ  ଏକାଠି ଦେଖିବାକୁ ମିଳିଥିଲା। ଏହାସହ ଦୁହେଁ ପରସ୍ପର ହାତ ମିଳାଇବା ସହ ବାର୍ତ୍ତାଳାପ କରିଥିଲେ। ବାତ୍ୟାପରେ କେନ୍ଦ୍ରର  ଓଡିଶା ପ୍ରତି ସହାନୁଭୁତି ମଧ୍ୟ ଦେଖାଦେଇଛି। ତେବେ ନିକଟରେ ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଓ ଅମିତ ସାହ ନବୀନଙ୍କୁ ପ୍ରଶଂସାରେ ଶତମୁଖ। ଏବେ  କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ  ମଧ୍ୟ ନବୀନଙ୍କ ସହ ଏନେଇ କଥା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ନବୀନଙ୍କ ନିକଟତର ହେବାକୁ ଏବେ ଦୁଇ ଦଳ ପୁରା ଦମରେ ଲାଗିପଡିଛନ୍ତି।

Related posts

ରାଜଧାନୀର ଖୋଲିଲା ୧୨ଟି ଚିଲିକା ଫ୍ରେସ୍‌ ଏବୋଂ ଏବେ ଗାଡ଼ିରେ ମିଳିବ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ

ENO Beuro

ଓଡ଼ିଶାର ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବ ପାଇବେ ଶାରଳା ପୁରସ୍କାର

ENO Beuro

ରାଜପଥରେ ଏଲପିଜି ଗ୍ୟାସ୍‌ ଟ୍ୟାଙ୍କର୍‌ ଲିକ୍‌

ENO Beuro

Leave a Comment