News

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ଘର ଉପରକୁ ଢେଲାମାଡ଼, ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ

ଭି.କେ.ପାଣ୍ଡିଆନ ଭୁବନଶ୍ୱରସ୍ଥିତ ସରକାରୀ ବାସଭବନକୁ ଢେଲା ଓ ପଥର ମାଡ଼

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ଭୁବନଶ୍ୱରସ୍ଥିତ ସରକାରୀ ବାସଭବନକୁ ଢେଲା ଓ ପଥର ମାଡ଼ କରିଛନ୍ତି ବିଜେପି କର୍ମୀ । ଭି.କେ.ପାଣ୍ଡିଆନ ସରକାରୀ ବାସଭବନକୁ ଧଶେଇ ପଶିବାକୁ ଉଦ୍ୟମ ମଧ୍ୟ କରିଥିଲେ । ଆଜି ସକାଳେ ବିଜେପି କର୍ମୀଙ୍କ ମାନେ ଏକାଠି ହୋଇ ନାରାବାଜି କରିବା ସହ ଢେଲାମାଡ କରିଥିଲେ । ଘର ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବା ବିଜେପି କର୍ମୀଙ୍କୁ ପୁଲିସ ବାଧା ଦେଇଛି ।  ଘଟଣାସ୍ଥଳରେ ପୋଲିସ ଓ ବିଜେପି କର୍ମୀ ମଧ୍ୟରେ ପାଣ୍ଡିଆନଙ୍କ ବାସଭବନ ବାହାରେ ଧସ୍ତାଧସ୍ତି ହୋଇଛନ୍ତି । ତେବେ କେତେକ ବିଜେପି କର୍ମୀ ଶ୍ରୀ ପାଣ୍ଡିଆନଙ୍କ ବାସଭବନ ପରିସରରେ ଥିବା ଫୁଲକୁଣ୍ଡକୁ ଭାଙ୍ଗିବା ସହିତ ସେଠାରେ ଥିବା ମୋଟସାଇାକେଳକୁ ଭଙ୍ଗାରୁଜା କରିଛନ୍ତି। ଆନ୍ଦୋଳରକ ବିଜେପି କର୍ମୀଙ୍କୁ ଗିରଫ କଲା ପୋଲିସ୍।

ଆଜି ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ସରକାରୀ ଅଧିକାରୀ ହୋଇ ନିର୍ଦ୍ଦିଷ୍ଟ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ଓଡ଼ିଶା ସ୍ୱାର୍ଥକୁ ଅଣଦେଖା କରି ଦଳୀୟ କାର୍ଯ୍ୟ କରୁଥିବା ଶ୍ରୀ ପାଣ୍ଡିଆନ ଓଡ଼ିଶା ଛାଡ଼ିବା ସ୍ଲୋଗାନ ଦେଇ ୪୦ରୁ ଊର୍ଧ୍ୱ ବିଜେପି ଯୁବମୋର୍ଚ୍ଚା କର୍ମୀତାଙ୍କ ଘର ଆଡ଼କୁ ମାଡ଼ି ଯାଇଥିଲେ। ଶ୍ରୀ ପାଣ୍ଡିଆନଙ୍କ ସରକାରୀ ବାସଭବନର ଗେଟ୍‌ ଉପରକୁ ଗୋବର ମାଡ଼ କରିଥିଲେ।ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲା।

ଘଟଣାକୁ ବିେଜେଡି ନିନ୍ଦା କରିଛି । ବିଜେଡ଼ି ନେତ୍ରୀ ସୁଲୋଚନା ଦାସ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଲେ, ଏପରି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ ଓ ନିରାଶଜନକ । ଜଣେ ବ୍ୟୁରୋକ୍ରାଟ୍ ଘରକୁ ଢ଼େଲାମାଡ଼ କରବା ନିହାତି ନିନ୍ଦନୀୟ । ଆଉ ମଧ୍ୟ ସେ କହିଛନ୍ତି, ବିଜେପି ହତାଶ ହୋଇ ଏପରି କରୁଛି ।

ପଢନ୍ତୁ ;

ଓଲିଉଡର ଲୋକପ୍ରିୟ ନାୟିକା ପ୍ରିୟା : ‘ଡ୍ରିମ୍‌ଗାର୍ଲ’ ପରେ ଏହି ନିର୍ଦେଶକଙ୍କ ସହ ଏକାଧିକ ସିନେମାରେ କାମ କରିଛନ୍ତି

Related posts

ଆଗାମୀ ୫ ଦିନ ରାଜ୍ୟରେ କାଳବୈଶାଖୀ: ଘଡଘଡି ସାଙ୍ଗକୁ ବର୍ଷା ପବନ

Ratnamani Moharana

ଛତିଶଗଡ ଯୋଗୁଁ ମହାନଦୀରେ ବନ୍ୟା ଆଶଂକା ସୃଷ୍ଟି ହୋଇଛି:ଦେବି ମିଶ୍ର

ENO Beuro

ରେଳ ଯାତ୍ରୀ ଙ୍କ ପାଇଁ ନୂଆ ନିୟମ, ଯାତ୍ରୀମାନଙ୍କର ଶୋଇବା ସମୟରୁ ୧ ଘଣ୍ଟା କଟିଲା

ENO Beuro

1 comment

Leave a Comment