EnewsOdia.Com

କଳିଙ୍ଗ ବାଲିଯାତ୍ରାକୁ ନେଇ ଆରମ୍ଭ ହେଲା ବିବାଦ

ପାରାଦୀପ କଳିଙ୍ଗ ବାଲିଯାତ୍ରାକୁ ନେଇ ଉଠିଥିବା ବିବାଦ କ୍ରମେ ଘନେଇବାରେ ଲାଗିଛି । ଉଭୟ ବିଜେପି ଓ ବିଜେଡି ଏହାକୁ ନେଇ ପାରାଦୀପରେ ମୁହାଁମୁହିଁ ହୋଇଛନ୍ତି । ପୌରପାଳିକା ଏବଂ କଳିଙ୍ଗ ବାଲିଯାତ୍ରା କମିଟିରେ ବିଜେଡିର ଏକଚାଟିଆ ପ୍ରାଦୁର୍ଭାବ ଓ ଦୁର୍ନୀତି କଥା ଉଠାଇ ବିଜେପି ୪ ଦିନ ହେଲାଣି ପୌରପାଳିକା ନିକଟରେ ଧାରଣା ଦେଇଛି । ଜିଲ୍ଳାପାଳ ତଦନ୍ତ କରି ପୌର ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଦୁଇ ଦିନ ତଳେ ପୌର ନିର୍ବାହୀ ଅଧିକାରୀ ଏବଂ ପୌରାଧ୍ୟକ୍ଷଙ୍କ ବିରୋଧରେ ପାରାଦୀପ ଥାନାରେ ଏତଲା ଦେଇଛି ବିଜେପି ।

ଛୋଟ ଛୋଟ କଥାକୁ ନେଇ ବିଜେପି ଏକ ଐତିହ୍ୟପୂର୍ଣ୍ଣ କଳିଙ୍ଗ ବାଲିଯାତ୍ରାକୁ ବନ୍ଦ କରିବାକୁ ମସୁଧା କରୁଛି। ଏଥି ସହିତ ମ୍ୟୁନିସିପାଲିଟିକୁ ମଧ୍ୟ ଯୋଡ଼ୁଛି ବୋଲି କହିଛି ବିଜେଡ଼ି। କଳିଙ୍ଗ ବାଲିଯାତ୍ରାକୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆୟୋଜନ କରୁଥିବାରୁ ସେଥିରେ ବିଜେଡିର କିଛି ଭୂମିକା ନଥିବା ପାରାଦୀପ ବିଜେଡି ନେତାମାନେ କହିଛନ୍ତି।

ପଢନ୍ତୁ: ବୋଝ ଉପରେ ଲଳିତା ବିଡ଼ା; ଡାଲି ଦର ୧୦୦ ଟଙ୍କା ଡେଇଁଲା

ସମ୍ବନ୍ଧିତ ଖବର

ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେଲା ‘ବୁଲ୍‌ବୁଲ୍‌’

Ratnamani Maharana

ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

Ratnamani Maharana

ଆରମ୍ଭ ହେଲା ଇକୋ ଫ୍ରେଣ୍ଡଲି ଦାହ ସଂସ୍କାର

Ratnamani Maharana

ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ଥଣ୍ଡା ପବନ

Ratnamani Maharana

୩୨୪ ଭାରତୀୟଙ୍କ ଧରି ଚାଇନାରୁ ଦିଲ୍ଲୀ ଆସିଲା ବିମାନ

Ratnamani Maharana

ଅବପାତର ରୂପ ନେଲା ଲଘୁଚାପ, ଓଡିଶାରେ ବାତ୍ୟା ନୁହେଁ, ବର୍ଷାର ସମ୍ଭାବନା

Ratnamani Maharana