News

କାକଟପୁର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ

ନିର୍ବାଚନ ତାରିଖ ଘୋଷାଣା ଠାରୁ ପ୍ରତୀକ ଗୋଷ୍ଠୀ ମଧ୍ୟରେ ଚାଲିଛି କଥାକଟାକଟ। ତେବେ ମତଦାନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଓଡିଶାରେ ଦେଖାଦେଇଛି ନିର୍ବାଚନୀ ହିଂସା । ପ୍ରଥମେ ଜଟଣୀ ପାର୍ଥୀ ମଙ୍ଗୁଳି ଜେନାଙ୍କ  ହତ୍ୟା ତାପରେ ଭୁବନେଶ୍ଵର ର ଦୁଇ ବିଧାୟକଙ୍କ ଉପରକୁ ଆକ୍ରମଣ ଆଦି ଗୋଷ୍ଠୀ ମାନଙ୍କ ଭିତରେ ଥିବା ଘୃଣା ଭାବକୁ ସୁଚେଇଦେଉଛି। ତେବେ ଏହି ତାଲିକାରୁ ବାଦ ପଡିନାହାନ୍ତି ପୁରୀ କାକଟ ପୁରର ବିଜେପି ପାର୍ଥୀ ରବି ମଲ୍ଲିକ । ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଗାଁରେ ଅଟକ ରଖିବା ସହ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନାମୁତାବକ ଗତକାଲି ରାତିରେ ରବି ମଲ୍ଲିକ ଶ୍ରୀରାମପୁର  ଗାଁକୁ ନିଜର କର୍ମୀମାନଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ବିରୋଧୀ ଗୋଷ୍ଠୀ କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ। ବିଜେପି ପ୍ରାର୍ଥୀ ରବି ମଲ୍ଲିକ କହିଛନ୍ତି,“ ଗତକାଲି ରାତି ପ୍ରାୟସାଢ଼େ ୧୦ଟା ସମୟରେ ମୋର କର୍ମୀମାନଙ୍କୁ ଭେଟିବାକୁ ମୁଁ ଶ୍ରୀରାମପୁର ଗାଁକୁ ଯାଇଥିଲି। ସେଠାରେ କିଛି ଅସାମାଜିକ ବ୍ୟକ୍ତି କାହିଁକି ରାତିରେ ଆସିଛ ବୋଲି ମତେ ପ୍ରଶ୍ନ କରିଥିଲେ ଏବଂ ମତେ ଆକ୍ରମଣ କରିଥିଲେ। ମୋ ସାଙ୍ଗରେ ଥିବା ସରପଞ୍ଚ ଓ ଜିଲ୍ଲା ପରିଷଦ  ସଭ୍ୟଙ୍କୁ ସେମାନେ ଗାଳିଗୁଲଜ ଓ ଠେଲାପେଲା କରିଥିଲେ। ଏନେଇ ମୁଁ ଥାନାରେ ଅଭିଯୋଗ କରିଛି”। ଏନେଇ ରବି ମଲ୍ଲିକ କାକଟପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।
ପଢନ୍ତୁ: ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Related posts

ଉତ୍ତର ଭାରତରେ ବର୍ଷା ବିତ୍ପାତ,୧୧ ମୃତ

ENO Beuro

ରୋଗୀଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ନିଜର ତଣ୍ଟି କାଟିଲେ ଡାକ୍ତର

ENO Beuro

ମାଛରୁ କ୍ୟାନସର! ଓଡ଼ିଶାକୁ ଆନ୍ଧ୍ରରୁ ଆସୁଥିବା ମାଛ ଉପରେ ଲାଗିପାରେ କଟକଣା

ENO Beuro

1 comment

Leave a Comment