ଆଜି ହେବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

bjp meeting held at delhi

ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ଘୋଷଣା କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

କାଲି ଓଡିଶାରେ ଅନୁଷ୍ଠିତ ହୋଇଥିଲା ବିଜେପିର ପାର୍ଥୀ ଚୟନ  ପ୍ରକ୍ରିୟା। ଆଜି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ  ନିର୍ବାଚନ କମିଟି ବୈଠକ ହେବାକୁ ଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଅନେକ ଦିଗ୍ଗଜ ନେତା ସାମଲି ହେବେ ।

ଆଜି ଏପ୍ରିଲ ୧୧ରେ ହେବାକୁଥିବା  ପ୍ରଥମ ପର୍ଯ୍ୟାୟର ୯୧ଟି  ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ। ପ୍ରାର୍ଥୀପତ୍ର ଘୋଷଣା ପୂର୍ବରୁ କେନ୍ଦ୍ର ସରକାରଙ୍କ ଯୋଜନାକୁ ଆଶାୟୀ ପ୍ରାର୍ଥୀମାନେ  କେତେ ମାତ୍ରାରେ ସଫଳ କରିଛନ୍ତି, ଲୋକଙ୍କର ସମର୍ଥନ, ସେଠାରେ ଥିବା ବିରୋଧୀ ଦଳର ସ୍ଥିତି ଆଦିକୁ ହିସାବକୁ ନେଇ ଟିକେଟ୍ ବଣ୍ଟାଯିବା ବୋଲି ସୂଚନା ମିଳିଛି । ବିଶେଷ କରି ଆଶାୟୀ ପ୍ରାର୍ଥୀଙ୍କ ଯୋଗ୍ୟତା  ଓ   ଆଧାରରେ ହିଁ ଟିକେଟ ଦିଆଯିବ ବଳି କହିଛନ୍ତି ଅମିତ ଶାହା।
ପଢନ୍ତୁ: କଂଗ୍ରେସକୁ ଆଉ ଏକ ଝଟକା: ଇସ୍ତଫା ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More