POLITICALS

ବିଜେଡିରେ ମିଶିବେ ବିଜେପି ଓ କଂଗ୍ରେସ ନେତା – ପ୍ରଦୀପ ମହାରଥୀ

ବିଜେଡିରେ ମିଶିବେ ବିଜେପି ଓ କଂଗ୍ରେସ ନେତା – ପ୍ରଦୀପ ମହାରଥୀ

୨୦୧୯ ଧର୍ମଯୁଦ୍ଧ ଆରମ୍ଭ ବେଳକୁ ବିଜେପିର ବଳୀୟାନ ନେତାମାନେ ବିଜେଡିକୁ ଲମ୍ଫ ମାରିବେ । କେବଳ ବିଜେଡି ନୁହେଁ, କଂଗ୍ରେସର ହେଭିୱେଟ ମଧ୍ୟ ଆସିବେ । ଏପରିକି ଦୁଇ ଦଳର କିଛି ବିଧାୟକ ଓ କ୍ଷମତାରେ ଥିବା ନେତା ମଧ୍ୟ ବିଜେଡି କ୍ୟାମ୍ପରେ ସାମିଲ ହେଇପାରନ୍ତି । ରବିବାର ଏମିତି ମନ୍ତବ୍ୟ ଛାଡିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ପୂର୍ବରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏମିତି ବାଣ ଛାଡିଥିଲା ବେଳେ ମହାରଥିଙ୍କ ଏ ଭବିଷ୍ୟବାଣୀକୁ ନେଇ ରାଜନୈତିକ ରଣକୌଶଳର ଏକ ଅଂଶ, ତାହାକୁ ନେଇ ଏବେ ଆରମ୍ଭ ହେଇଛି ଚର୍ଚ୍ଚା ।

ମହାରଥୀ କହିଛନ୍ତି, ବହୁ ବିଜେପି ଓ କଂଗ୍ରେସ ନେତା ଏବେ ବିଜେଡ଼ିମୂହାଁ । ଆମର ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, କଂଗ୍ରେସର କିଏ ? ବିଜେବିର ନେତା କିଏ ପଦ୍ମ ଦଳ କହୁନି ? କେତେବେଳେ ବିଜେପି କହୁଛି ପୁରୀରୁ ନବକଳେବର ତ ଆଉ କେତେବେଳେ କହୁଛି ସୁନ୍ଦରଗଡରୁ ?

ଏଯାଏଁ ବିଜେପିର ନବକଳେବର ସ୍ଥାନ ଠିକ ହେଇପାରୁନି । ଏ ଦୁଇ ଦଳର ଛାମୁଆଁ ନେତା ବିଜେଡିରେ ଆଗକୁ ସାମିଲ ହେବା ଜଳଜଳ ।

ତେବେ ମହାରଥିଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଛି କଂଗ୍ରେସ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେଡିର ଏତେ ଦମ୍ଭ ତ ବିଜେପୁରରେ ଆମ ଦଳ ଲୋକଙ୍କୁ ନେଇ କାହିଁକି ପ୍ରାର୍ଥୀ ଘୋଷଣା କରିଛି ? ଯେଉଁମାନେ ଅଲୋଡା, ସେମାନେ ମିଶୁଛନ୍ତି ଓ ଆଗକୁ ମିଶିବେ । ବିଜେପିରେ ଏବେ ମିଶ୍ରଣ ପର୍ବ ଓ ବିଜେଡିରେ ଫେଡାଣ ପର୍ବ ଚାଲିଛି । କଂଗ୍ରେସ ଆଗକୁ ଗୁଣନ ପର୍ବ ଆରମ୍ଭ କରିବ । ଥରେ ଆମର ଗୁଣନ ପର୍ବ ଆରମ୍ଭ ହେଲେ ବିଜେଡି ଓ ବିଜେପି ସଫା ହେଇଯିବେ । ତାରା କହିଛନ୍ତି, କଂଗ୍ରେସରେ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି । ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ରଙ୍କ ଭଳି ନେତା ମଧ୍ୟ ଆମର ଅଛନ୍ତି । ବିଜେଡି ଖାଲି ମୁହଁଫୁଟାଣି ମାରୁଛି ।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧଣ ସିଂହଦେଓ କଟାକ୍ଷ କରି କହିଛନ୍ତି, ମହାରଥୀ ବିଜେପିରେ ଥିଲେ । ତେଣୁ ସେ ପୁଣି ଘର ୱାପସୀ ଚାହୁଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥୀ ନିର୍ବାଚନ ପୂର୍ବରୁ ଘୋଷଣା ହୁଏ । ସାଂସାଦୀୟ ଦଳ ବୈଠକ ଏହି ନିସ୍ପତି ନେଇଥାଏ ।

ବିଜେଡିରେ ମିଶିବେ ବିଜେପି ଓ କଂଗ୍ରେସ ନେତା – ପ୍ରଦୀପ ମହାରଥୀ

ପଢନ୍ତୁ, ଆସନ୍ତା ୧୦ ତାରିଖରୁ ବଢିବ ଶୀତ – ପାଣିପାଗ ବିଭାଗର ପୂର୍ବାନୁମାନ

Related posts

କମଲନାଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ENO Beuro

ସରକାରଙ୍କ ଐତିହାସିକ ଘୋଷଣା ପରେ କାଶ୍ମୀରକୁ ଗଲେ ଆଉ ୮୦୦୦ ସୈନ୍ୟ

Ratnamani Moharana

୭.୫ ଲକ୍ଷ ଟଙ୍କାର ଜଳକର ଭରିଲେନି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ

Ratnamani Moharana

Leave a Comment