POLITICALS

ପୁରୀ ଲୋକସଭା ଆସନରୁ ମୋଦି ନୁହେଁ ଲଢିବେ ସମ୍ବିତ ପାତ୍ର

ବିଜେପି କାଲି ପ୍ରକାଶ କରିଛି ତାର ଦ୍ୱିତୀୟ ପର୍ଯ୍ୟାଯ   ପ୍ରାର୍ଥୀ ପତ୍ର ତାଲିକା। ୩୬ଟି ଲୋକସଭା ଆସନ ପାଇଁ ଲଢିବାକୁ ଥିବା ବେଳେ ସେଥିରେ ରହିଛି ଓଡିଶାର ପାଞ୍ଚୋଟି ଲୋକସଭା  ଆସନ। ତେବେ ପୁରୀ ରହିଛି ଏହି ତାଲିକାରେ। ପୂର୍ବରୁ ବିଜେପି ପକ୍ଷରୁ ପୁରୀରୁ ମୋଦୀ ପ୍ରାର୍ଥୀ  ହେବାନେଇ ଚର୍ଚା ଜୋର ଧରିଥିଲା। ପୁରୀରୁ ବିଜେପି ପ୍ରାର୍ଥୀ ନେଇ ଥିଲା ଆଶା ଓ ଆଶଙ୍କା ତେବେ ଏ ସବୁର ଅନ୍ତ ଘଟିଛି ପୁରୀରୁ ଲୋକସଭା ଆସନରେ ସମ୍ବିତ ପାତ୍ରଙ୍କୁ ଚୟନ କରାଯାଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏହା ପୂର୍ବରୁ ଦଳ ରାଜ୍ୟର ୧୦ଟି ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଗତକାଲିର ଘୋଷଣା ପରେ ଏହି ସଂଖ୍ୟା ୧୫କୁ ବୃଦ୍ଧି  ପାଇଛି। ଗତକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ସେଣ୍ଟ୍ରାଲ ଇଲେକ୍ସନ  କମିଟି ବୈଠକ ପରେ ପ୍ରାର୍ଥୀଙ୍କ ନାମରେ ମୋହର ଲାଗିଥିଲା। ଏଥିସହିତ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି   ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି।
ପଢନ୍ତୁ: ପଦ୍ମ ଧରିଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର

Related posts

ଲୋକସଭା ସହ ୧୧ ରାଜ୍ୟରେ ହୋଇପାରେ ବିଧାନସଭା ନିର୍ବାଚନ

ENO Beuro

‘ବିଜେପି ହେବ ଭାରତୀୟ ଜୋକର ପାର୍ଟି’: ଅଭିଷେକ ବାନାର୍ଜୀ

Ratnamani Moharana

ବିଜେପିର ନୂଆ ପ୍ରାର୍ଥୀ: ବଲିଉଡର ଷ୍ଟାର ସନ୍ନି ଦେଓଲ

Ratnamani Moharana

Leave a Comment