POLITICALS

ମୋଦୀ ମ୍ୟାଜିକ : ତ୍ରିପୁରାରେ ଫୁଟିବ ପଦ୍ମ ,ବାମ ଦଳ ସରକାରକୁ ବଡ ଝଟକା!

ଆସାମ, ମଣିପୁୁର ଓ ଅରୁଣାଚଳ ପ୍ରଦେଶ ପରେ ତ୍ରିପୁରାରେ ଫୁଟିବ ପଦ୍ମ

ତ୍ରିପୁରାରେ ୨୫ ବର୍ଷ ଶାସନ କ୍ଷମତାରେ ଥିବା ବାମମେଂଟକୁ ଜୋରଦାର ଝଟକା ଲାଗିଛି । ୨୦୧୩ ମସିହାରେ ତ୍ରିପୁରା ନିର୍ବାଚନରେ ଗୋଟିଏ ବି ଆସନ ଜିତିନଥିବା ଓ ୨ ପ୍ରତିଶତ ଭୋଟ ପାଇଥିବା ବିଜେପି ସ୍ପଷ୍ଟ ବହୁମତ ଆଡକୁ ଅଗ୍ରସର ହୋଇଛି । ଟ୍ରେଣ୍ଡ ଅନୁସାରେ, ତ୍ରିପୁରାରେ ବିଜେପି ସରକାର ଗଢିବା ଏକପ୍ରକାର ନିଶ୍ଚିତ । ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ମ୍ୟାଜିକ ନମ୍ବର ୩୧ ଥିବାବେଳେ ଶେଷ ଖବର ସୁଦ୍ଧା ବିଜେପି ୪୧ ଆସନରେ ଆଗୁଆ ରହିଛି।

ତ୍ରିପୁରା ନିର୍ବାଚନର ପରିଣାମ ରାଜନୈତିକ ଦଳ ଏବଂ ତାଙ୍କର ସମର୍ଥକଙ୍କ ହାର୍ଟ ବିଟକୁ ବଢାଇଛି।ପ୍ରଥମ କିଛି ରାଉଣ୍ଡ ଭୋଟ୍ ଗଣତିରେ ବିଜେପି ଏବଂ ବାମ ଦଳ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା। ଏମିତି ସମୟ ମଧ୍ୟ ଆସିଥିଲା ଯେଉଁଠି ଭୋଟ୍ ଗଣତି ସମୟରେ ବାମ ଦଳ ୩୦ ସିଟ୍ ଆଗୁଆ ରହିଥିଲା ଏବଂ ଲାଗିଥିଲା ମାଣିକ ସରକାର ନିଜର ଗଢ଼କୁ ବଞ୍ଚାଇ ରଖିବାରେ ସଫଳ ହେବେ। ମାତ୍ର କିଛି ଘଣ୍ଟା ପରେ ଚିତ୍ର ସଂପୂର୍ଣ୍ଣ ଭାବେ ବଦଳି ଯାଇଥିଲା। ବିଜେପି ଗୋଟିଏ ପରେ ଗୋଟିଏ ସିଟରେ ଆଗୁଆ ରହି ୪୦ରୁ ସିଟରେ ପହଞ୍ଚିଥିଲା। ଅନ୍ୟ ପଟେ ବାମ ଦଳ ଅଧାରୁ କମ ସିଟକୁ ଖସି ଆସିଥିଲା।

ସେହିଭଳି ମେଘାଳୟରେ ୫୯ଟି ଆସନରେ ସକାଳ ୮ଟାରୁ ଭୋଟଗଣତି ଚାଲିଛି । ଏଠାରେ କଂଗ୍ରେସ-ଏନପିପି ମଧ୍ୟରେ କଡା ଟକ୍କର ଚାଲିଛି । ୫୯ଟି ଆସନରୁ କଂଗ୍ରେସ ୨୦, ଏନପିପି ୧୯ ଆସନ, ବିଜେପି ୩ ଓ ଅନ୍ୟାନ୍ୟ ୧୭ ଆସନରେ ଆଗୁଆ ଅଛନ୍ତି । ଏଠାରେ ୧୦ ବର୍ଷ ହେଲା କଂଗ୍ରେସ କ୍ଷମତାସୀନ ରହିଛି । ତେଣୁ ରାଜ୍ୟରେ ନୂଆ ସମୀକରଣର ସମ୍ଭାବନା ସୃଷ୍ଟି ହୋଇଛି।

ନାଗାଲାଣ୍ଡରେ ବି ବିଜେପି ମେଂଟ ଓ ଏନପିଏଫ ମଧ୍ୟରେ ଚାଲିଛି କଡା ଟକ୍କର । ବିଜେପି-ଏନଡିପିପି ମେଂଟ ୨୭, ଓ ଏନପିଏଫ ମେଂଟ ୨୯ ଆସନରେ ଆଗୁଆ ରହିଛନ୍ତି । ଗୋଟିଏ ଆସନରେ ନବଗଠିତ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗେସିଭ ପାର୍ଟି, ଏନଡିପିପିର ମୁଖ୍ୟ ନିଫ୍ୟୁ ରିଅ ଗୋଟିଏ ଆସନରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଛନ୍ତି । ଏଠାରେ ବିଜେପି ଏନଡିପିପି ସହ ମେଂଟ କରି ନିର୍ବାଚନ ଲଢୁଛି । ବିଜେପି ୨୦ ଆସନରେ ନିର୍ବାଚନ ଲଢୁଥିବାବେଳେ ଏନପିଏଫ ୪୦ ଆସନରେ ନିର୍ବାଚନ ଲଢୁଛି।

ପଢନ୍ତୁ;

ଗାଙ୍ଗୁଲି କହିଲେ: କାସ ୨୦୦୩ ବିଶ୍ଵ କପରେ ଧୋନୀ ମୋ ଦଳରେ ଥାଆନ୍ତେ !

Related posts

ବିଜେପି- ଟିଡିପି ମେଂଟରେ ବଡଧରଣ ଫାଟ, ମୋଦି ସରକାରରୁ ଓହରିଲେ ଦୁଇ ଟିଡିପି ମନ୍ତ୍ରୀ!

ENO Beuro

ସାଂସଦ ବୈଜୟନ୍ତ ପଣ୍ଡାକୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଗଲା

ENO Beuro

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More