POLITICALS

ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତା ମାସରେ ଧର୍ମେନ୍ଦ୍ରଙ୍କ କାର୍ୟ୍ୟକାଳ ଶେଷ ହେବ

ଏବେ ଚର୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ରାଜ୍ୟସଭା ଆସନ ପାଇଁ  ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୋହ୍ୱାନଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ସେ ବିହାରରୁ ରାଜ୍ୟସଭାକୁ ଯାଇଥିଲେ ।

ପୁଣି ଥରେ  ତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ଦଳ ପକ୍ଷରୁ ମନୋନୟନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରିୟ ସଭାପତିଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ସେ ଦଳର ଜଣେ ସାଧାରଣ କର୍ମୀ, ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ସେ ତାକୁ ନିର୍ବାହ କରିବେ ।

ତେବେ ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇବା ପାଇଁ ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇଛି । ୨୦୧୯ ପରିପ୍ରେକ୍ଷୀରେ ଧର୍ମେନ୍ଦ୍ରଙ୍କୁ ଗୁରୁତ୍ୱ ଦେଇ ଓଡିଶା ରାଣନୀତିରେ ଅମିତ ଶାହା ଏକ ବଡ ଧରଣର ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି ।

ସେ ପୂର୍ବଥର ବିହାରରୁ ରାଜ୍ୟସଭାକୁ ଯାଇଥିଲେ । ତେଣୁ ଏଥର କେଉଁଠୁ ରାଜ୍ୟସଭାକୁ ଯିବେ ନା ଓଡିଶାରେ ଦଳୀୟ ସାଂଗଠନିକ ଦାୟିତ୍ୱ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଆସନ୍ତା ମାସରେ ଧର୍ମେନ୍ଦ୍ରଙ୍କ କାର୍ୟ୍ୟକାଳ ଶେଷ ହେବ ।

ପଢନ୍ତୁ ;

“ଠଗସ ଅଫ ହିନ୍ଦୁସ୍ତାନ” ସିନେମାରେ କ୍ୟାଟ୍ରିନାଙ୍କ ଲୁକ୍ସକୁ ନେଇ ବି-ଟାଉନରେ ଜବରଦସ୍ତ ଚର୍ଚ୍ଚା

Related posts

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ ହେଇଛି, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ

ENO Beuro

ଶେଷ ହେଲା ପ୍ରଚାର ! ରାତି ପାହିଲେ ହେବ ବିଜେପୁର ବିଧାନସଭା ଆସନ ପାଇଁ ମତଦାନ

ENO Beuro

ବିଜେଡ଼ିର ୩ ରାଜ୍ୟସଭା ପ୍ରାର୍ଥୀ : ସୋମ୍ୟରଞ୍ଜନ, ପ୍ରଶାନ୍ତ , ଅଚ୍ୟୁତଙ୍କ ନାମ ଘୋଷଣା କରିଛନ୍ତି ନବୀନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More