News

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆଉ ଏକ ବିଜେପି କର୍ମୀଙ୍କୁ ହତ୍ୟା

ପଶ୍ଚିମବଙ୍ଗ ପୁରୁଲିଆ ଜିଲା ଦାଭା ଗାଁରେ ଜଣେ ୩୦ ବର୍ଷ ବୟସ ଯୁବକ ଦୁଲାଲ କୁମାରଙ୍କ ମୃତଦେହ ଇଲେକ୍ଟ୍ରିକ୍‌ ଖୁଣ୍ଟରେ ଝୁଲନ୍ତା ଅବସ୍ଥାରେ ଶନିବାର ଦେଖିବାକୁ ମିଳିଛି। ସେ ଜଣେ ବିଜେପି କର୍ମୀ ବୋଲି ଦଳ ଦାବି କରିଛି। ହେଲେ ମୃତ ଯୁବକ ଦୁଲାଲ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)କୁ ସମର୍ଥନ କରୁଥିବା ତାଙ୍କ ମା’ କହିଛନ୍ତି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଦୁଲାଲଙ୍କ ମୃତ୍ୟୁ ଘଟିଲା ଏବଂ ଏହା ପଛରେ ଆଉ କ’ଣ କାରଣ ରହିଛି ତାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସିବିଆଇକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାରେ ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗୀୟ ଟ୍ୱିଟ କରି ଏଥିପାଇଁ ଆମେ ଲଜ୍ଜିତ, ବୋଧେ ପ୍ରଶାସନ ମଧ୍ୟ ଲଜ୍ଜିତ ବୋଲି ମତ ପ୍ରକାଶ କରିଛନ୍ତି। ତେବେ ସେ ପୂର୍ବ ଦିନ ଆଇନ୍ ଶୃଙ୍ଖଳା ବିଭାଗର ଏଡିଜି ଅନୁଜ ଶର୍ମାଙ୍କ ସହ ବହୁ ସମୟ ଧରି କଥାହୋଇ ଦୁଲାଲଙ୍କ ଜୀବନ ପ୍ରତି ବିପଦ ଥିବା ସୂଚାଇ ଦେଇଥିଲେ । ଏଡିଜି ମଧ୍ୟ ଦୁଲାଲଙ୍କ ଜୀବନ ରକ୍ଷା ପାଇଁ ପୋଲିସ ପୁରା ଚେଷ୍ଟା କରୁଛି ବୋଲି କହିଥିଲେ ମଧ୍ୟ ଏଥିରେ ବିଫଳତାକୁ ନେଇ କୈଳାଶ ପ୍ରଶ୍ନ ଉଠାଇଛନ୍ତି ।

ପଢନ୍ତୁ; ପ୍ରେମିକା ଏଲିଙ୍କଠାରୁ ଅଲଗା ହେଲେ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା !

Related posts

ଆସନ୍ତାବର୍ଷ ଜାନୁଆରିରୁ ରାଜ୍ୟରେ ଆରମ୍ଭ ହେବ ମିଳିମିଳା, ରୁବେଲା ଟିକାକରଣ ଅଭିଯାନ

ENO Beuro

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ

ENO Beuro

ରେଲୱେ ବୋର୍ଡର ନୂତନ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜେଶ ଅଗ୍ରୱାଲ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More