News

ଆଡ୍‌ଭାନୀଙ୍କ ବ୍ଲଗ୍‌କୁ ନେଇ ଚର୍ଚ୍ଚା: ‘ଆମେ କେବେବି ରାଜନୈତିକ ବିରୋଧୀଙ୍କୁ ଦେଶ ବିରୋଧୀ ମାନିନାହୁଁ’

 ‘ପ୍ରଥମେ ଦେଶ ପରେ ଦଳ ଓ ତା’ପରେ ମୁଁ’ ବୋଲି କହିଲେ ଆଡଭାନୀ।

ରାଜନୀତି ଜୀବନରୁ ସନ୍ନ୍ୟାସ  ନେବା ପରେ ଲାଲକୃଷ୍ଣ ଆଡଭାନୀଙ୍କ ପ୍ରଥମ ବୟାନ୍‌ । ଆଡଭାନୀ ବ୍ଲଗ୍  ଲେଖି  ଆଜି ଦଳର ମୁଖିଆମାନଙ୍କୁ ପରୋକ୍ଷରେ ମାରିଛନ୍ତି ତେରଛା ବାଣ । ଆଡଭାନୀ ନିଜର ପ୍ରଥମ ବ୍ଲଗ୍‌ରେ କହିଛନ୍ତି ଯେ ‘ଆମେ କେବେବି ରାଜନୈତିକ ବିରୋଧୀଙ୍କୁ ଦେଶ ବିରୋଧୀ ମାନିନାହୁଁ’ ।ତାଙ୍କ ଦଳ କେବେବି  ନିଜର ବିରୋଧୀମାନଙ୍କୁ ଶତ୍ରୁଭାବରେ ଦେଖୁନଥିଲା, ବରଂ ସେମାନଙ୍କୁ ପ୍ରତିପକ୍ଷ ଭାବେ ଦେଖୁଥିଲା ବୋଲି କହିଛନ୍ତି ଆଡଭାନୀ।

ବିଜେପିର ସଂସ୍ଥାପକ ଆଡଭାନୀ ବ୍ଲଗରେ ଲେଖିଛନ୍ତି ଯେ ତାଙ୍କ ଜୀବନର ସିଦ୍ଧାନ୍ତ ରହିଛି ଯେ –ଦେଶ ପ୍ରଥମେ, ପରେ ଦଳ ଏବଂ ତାପରେ ନିଜେ । ସେ ଲେଖିଛନ୍ତି ଯେ ‘ସବୁ ପରିସ୍ଥିତିରେ ଏହି ସିଦ୍ଧାନ୍ତରେ ଅଟଳ ରହିବା ପାଇଁ ଚେଷ୍ଟା କରିଛି ଯାହା ଆଗକୁ ମଧ୍ୟ ଜାରି ରହିବ’ । ସେ ଦଳ ସହ ପ୍ରାୟ ୭ ଦଶନ୍ଧୀ  ସହ ଜଡିତ ରହିଛନ୍ତି ବୋଲି କହିଛନ୍ତି ଆଡଭାନୀ। ଦଳ ୨୦୧୪ ମସିହାରେ ଅନେକ ୭୫ ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଆଡଭାନୀ ଏବଂ ମୂରଲୀ ମନୋହର  ଶର୍ମାଙ୍କୁ ଟିକେଟ୍‌ ମିଳିନଥିଲା।

ପଢନ୍ତୁ: ୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା

Related posts

କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ,ଅଲଗା କଲେ ଆତ୍ମହତ୍ୟା କରିବାକୁ ଦେଲେ ଧମକ

ENO Beuro

ଆଜିଠୁ ପବିତ୍ର ରମଜାନ ମାସ ଆରମ୍ଭ

ENO Beuro

ଜାତିଆଣ ଭେଦାଭାବ ଦୂର ପାଇଁ ସରକାର ଙ୍କ ନୂଆ ନିସ୍ପତି, ଅନ୍ୟଜାତିରେ ବାହା ହେଲେ ମିଳିବ ଲକ୍ଷେ ଟଙ୍କା

ENO Beuro

Leave a Comment