POLITICALS

ବୁଲେଟର ଜବାବ ବାଲାଟରେ ଦେବୁ ବୋଲି କହିଲେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ତଥା ବଡ଼ପୋଖରିଆର ପୂର୍ବତନ ସରପଂଚ ମଙ୍ଗୁଳି ଜେନାଙ୍କୁ  ଗୁଳି କରି ହତ୍ୟା କରାଯାଇଛି |ହତ୍ୟାକାଣ୍ଡ ପଛରେ ବିଜେଡିର ହାତ ଥିବା ଅଭିଯୋଗ କରିଛି ବିଜେପି। ଓଡ଼ିଶା ଏକ ଶାନ୍ତି ପ୍ରିୟ   ପ୍ରଦେଶ ହୋଇଥିଲେହେଁ କିଛି ବର୍ଷ ହେବ ବିଜେଡିର କିଛି ଲୋକ ହିଂସାକାଣ୍ଡରେ ଲିପ୍ତ  ରହୁଛନ୍ତି ବୋଲି ଅରୁଣ ସିଂହ  କହିଛନ୍ତି। ଓଡ଼ିଶାରେ ଶାସନ ପ୍ରଶାସନ ଧ୍ୱଂସ ହୋଇଗଲାଣି।

ଶ୍ରୀ ଅରୁଣ କହିଛନ୍ତି,  ଜଣେ ଉଚ୍ଚପଦସ୍ଥ ଅଧିକାରୀ (ପାଣ୍ଡିଆନ୍) ସ୍ୟାଡୋ ମୁଖ୍ୟମନ୍ତ୍ରୀ  ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କରି ଇଙ୍ଗିତରେ ପୂରା ପ୍ରଶାସନ ଚାଲିଛି। ଯେଉଁ ଉଚ୍ଚପଦସ୍ଥ ଅଧିକାରୀମାନେ ଶାସନ ଚଲାଉଛନ୍ତି, ତାଙ୍କରି ଇଙ୍ଗିତରେ ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଛି। “ ବିଜେଡି ଲୋକେ ଓ ସରକାର ଆମ କାର୍ଯ୍ୟକର୍ତ୍ତାମାନଙ୍କୁ ଡରାଇବାକୁ   ଚାହୁଁଛନ୍ତି। ଆମର କାର୍ଯ୍ୟକର୍ତ୍ତା ଡରିବେ ନାହିଁ। ଅମାର କାର୍ଯ୍ୟକର୍ତ୍ତା ଶାନ୍ତିପ୍ରିୟ ଭାବେ ପ୍ରଚାର କରିବେ। ବୁଲେଟ୍ ଜବାବ ବ୍ୟାଲଟରେ ଦିଆଯିବ।”
ପଢନ୍ତୁ: କୋର୍ଟଙ୍କ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ରାହୁଲଙ୍କୁ ଜାରି କଲେ କାରଣ ଦର୍ଶାଅ ନୋଟିସ

Related posts

କଂଗ୍ରେସ ରୋଡ ଶୋ’ରେ ଶୁଭିଲା ମୋଦୀଙ୍କର ଜୟକାର: କଂଗ୍ରେସ ଓ ବିଜେପି କର୍ମୀ ମୁହାଁ ମୁହିଁ

Ratnamani Moharana

ସୁପ୍ରିମକୋର୍ଟର ୪୫ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ଦୀପକ ମିଶ୍ର

ENO Beuro

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

Ratnamani Moharana

Leave a Comment