POLITICALS

ଜମ୍ମୁ କଶ୍ମୀରରେ ବିଜେପି ନେତା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

bjp

ଜମ୍ମୁ ଓ କାଶ୍ମୀରର କିସ୍ତାୱାଡ଼ରେ ବିଜେପିର ଜଣେ ନେତା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେମାନେ ହେଲେ ଅନୀଲ ପରିହାର ଓ ତାଙ୍କ ଭାଇ ଅଜିତ ପରିହାର। ଅନୀଲ ଜମ୍ମୁ ଓ କାଶ୍ମୀର ବିଜେପିର ସଂପାଦକ ଥିଲେ। ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ବିଜେପି ନେତା ଓ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଛି।

bjp

ସୂଚନା ଅନୁସାରେ ହତ୍ୟା ଘଟଣା ସମୟରେ ବିଜେପି ନେତା ନିଜ ଭାଇଙ୍କ ସହିତ ଦୋକାନରୁ ଘରକୁ ଫେରୁଥିଲେ। ଏହି ଘଟଣା ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଘଟଣାର ସୂଚନା ମିଳିବା ମାତ୍ରେ ଜାମ୍ମୁ ଓ କାଶ୍ମୀର ପୋଲିସ ଓ କେନ୍ଦ୍ରୀୟ ରିଜର୍ଭ ପୋଲିସର ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ସତର୍କତା ପୂର୍ବକ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି। ଏହି ଆତଙ୍କୀ ଆକ୍ରମଣରେ ମୃତ ଅନିଲ ପରିହାର ମୂଳତଃ କିସ୍ତଓ୍ଵାରଡ ବାସିନ୍ଦା ଏବଂ ୨୦୦୮ରେ ସେ ନ୍ୟାସନାଲ ପ୍ୟାନ୍ଥର୍ସ ପାର୍ଟି ଟିକେଟରୁ ନିର୍ବାଚନ ଲଢିଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଆଜି ସୁଦ୍ଧା ଅଭିଯୁକ୍ତଙ୍କ ସଂପର୍କରେ କିଛି ଜଣାପଡ଼ି ନାହିଁ। ଏହି ଘଟଣାକୁ ନେଇ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟ ବିଜେପି ଅଧ୍ୟକ୍ଷ ରବିନ୍ଦର ରାଣା ବି ଦୁଃଖ ପ୍ରକାଶ କରିଛନ୍ତି।

ପଢନ୍ତୁ; ପଞ୍ଚମ ଦିନିକିଆ : ଭାରତ ୯ ୱିକେଟରେ ବିଜୟୀ

Related posts

ଓଡିଶା ଗସ୍ତରେ ଆସିବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ,ନବୀନଙ୍କୁ ଭେଟିବେ କେସିଆର

ENO Beuro

ସାମୂହିକ ଇସ୍ତଫା ଦେଲେ କଂଗ୍ରେସର ୩ ପୂର୍ବତନ ବିଧାୟକ

Ratnamani Moharana

ସ୍ଥଗିତ ପାଟକୁରା ବିଧାନସଭା ଆସନ ପାଇଁ ମେ’ ୧୯ରେ ହେବ ମତଦାନ

Ratnamani Moharana

Leave a Comment