News

ଆଜି ବିଜେପି ଜାରି କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା!

j

ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ଶନିବାର ୧୮୦ ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ। ଆଜି ଦଳ ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରାର୍ଥୀଙ୍କା ନାଁ ଘୋଷଣା ହୋଇପାରେ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିବେ। ଏହି ପ୍ରାର୍ଥୀ ତାଲିକାରେ ଅଧିକାଂଶ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରାର୍ଥୀଙ୍କ ନାମ ସାମିଲ କରାଯାଇପାରେ। ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୧ରେ ୯୧ ସିଟରେ ହେବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କିଛି ସିଟ୍ ଉପରେ ମଧ୍ୟ ଘୋଷଣା ହୋଇପାରେ।

ସୂଚନାଯୋଗ୍ୟ,ଏପ୍ରିଲ ୧୧ରେ ଲୋକସଭା ନିର୍ବାଚନର ପ୍ରଥମ ଚରଣରେ ମୋଟ୍ ୯୧ଟି ଆସନରେ ନିର୍ବାଚନ ହେବ । ଯେଉଁଥିପାଇଁ ବିଜେପି ନିଜର ଆଶାୟୀପ୍ରାର୍ଥୀଙ୍କର ନାଁ ଘୋଷଣା କରିବା ବାକି ରହିଛି । ତେବେ ପ୍ରଥମ ଚରଣରେ ଉତର ପ୍ରଦେଶର ବି ୮ଟି ଆସନ ରହିଛି ।

ପଢନ୍ତୁ; ଘରେ ପ୍ରସ୍ତୁତ କରନ୍ତୁ ପାଳଙ୍ଗ ବରା

Related posts

କାନପୁର : ଲୁଗା ବ୍ୟବସାୟୀଙ୍କ ଠାରୁ ୯୬ କୋଟିର ଅଚଳ ନୋଟ ଜବତ

ENO Beuro

ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସିରିଆ ଉପରେ ମିଳିତ ଆକ୍ରମଣ

ENO Beuro

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ୩୦ ମାଓବାଦୀ

ENO Beuro

Leave a Comment