POLITICALS

ମଦ ନିଶାରେ ହାତରେ ବନ୍ଧୁକ ଧରି ନାଚିବା ମହଙ୍ଗା ପଡିଲା

Untitled 1

ବହିଷ୍କୃତ ହେଲେ ବନ୍ଧୁକଧାରୀ ବିଜେପି ବିଧାୟକ ପ୍ରଣବ ସିଂହ

ବନ୍ଧୁକ ଧରି ଉନ୍ମତ୍ତ ହୋଇ ନାଚିବା ଘଟଣା ଉତ୍ତରାଖଣ୍ଡ  ବିଜେପି ବିଧାୟକ କୁଅଁର ପ୍ରଣବ ସିଂହଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଦଳରୁ ୬ ବର୍ଷ ପାଇଁ ବହିସ୍କୃତ ହୋଇଛନ୍ତି ବିଧାୟକ। ପ୍ରଣବ ସିଂହ ଚାମ୍ପିଅନ୍‌ ଏକ ପାର୍ଟିରେ ହାତରେ ବନ୍ଧୁକ ଧରି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଦଳ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ ହୋଇଛି।

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡର ଖାନପୁର  ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଦଳୀୟ ବିଧାୟକ କୁଅଁର ପ୍ରନଭ ସିଂହ ଗତ ସପ୍ତାହରେ ମଦ୍ୟପାନ କରି ମାତାଲ ଅବସ୍ଥାରେ ଦୁଇ ହାତରେ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକ ଧରି ଗୀତ ଗାଇ ନାଚୁଥିଲେ। ତେବେ, ବିଧାୟକଙ୍କର ଏପରି ଅବସ୍ଥାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ସୃଷ୍ଟି ହେବା ସହ ଦଳକୁ ସାଧାରଣରେ ନିନ୍ଦିତ ହେବାକୁ ପଡ଼ିଥିଲା। ବିଧାୟକଙ୍କ ଭିଡିଓ ଭାଇରାଲ୍‌ ହେବାପରେ ତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି ହୋଇଥିଲା। ପୂର୍ବରୁ ମଧ୍ୟ ତାଙ୍କୁ ଦଳରୁ ନିଲମ୍ବନ  କରାଯାଇଥିଲା‌।
ପଢନ୍ତୁ: ୱେଷ୍ଟଇଣ୍ଡିଜ ଗସ୍ତରେ ସବୁ ସିରିଜ୍ ଖେଳିବେ ବିରାଟ୍ କୋହଲି

Related posts

ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା ଏବେ ହେବ ଅସଲ ଖେଳ

Ratnamani Moharana

ବିଭିନ୍ନ ଗଣମାଧ୍ୟମର ଏକଜିଟ ପୋଲ ରେଜଲ୍ଟ ସଂକ୍ଷେପରେ

Ratnamani Moharana

ଆସ୍ଥା ଭୋଟ୍‌ ଜିତିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

Ratnamani Moharana

Leave a Comment