EnewsOdia.Com

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

ରାଜ୍ୟସଭା ସାଂସଦ ତଥା ବିଜେପି ନେତ୍ରୀ ରୂପା ଗାଙ୍ଗୁଲୀ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଶ୍ରୀମତୀ ଗାଙ୍ଗୁଲୀ ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ଗାଙ୍ଗୁଲୀ ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ ଟାରେ ପହଞ୍ଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ। ଶ୍ରୀମତୀ ଗାଙ୍ଗୁଲୀ ରାଇଘର ମିନି ଷ୍ଟାଡିୟମରରେ ଅପରାହ୍ନ ୧ ଟାରେ ପହଞ୍ଚି ନାଗରିକତା ସଂଶୋଧନ ଆଇନ ସଂପର୍କରେ ସାଧାରଣ ସଭାରେ ସମ୍ଭୋଧିତ କରିବେ।

ସେହିପରି ଜାନୁଆରୀ ୨୨ ତାରିଖରେ ଶ୍ରୀମତୀ ଗାଙ୍ଗୁଲୀ ସକାଳ ୧୦ଟାରେ ପହଞ୍ଚି ମାଲକାନଗିରି ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇବେ ଏବଂ ଅପରାହ୍ନ ୧ଟା ସମୟରେ ଶ୍ରୀମତୀ ଗାଙ୍ଗୁଲୀ ଜୟପୁରଠାରେ ପହଞ୍ଚି ନାଗରିକତା ସଂଶୋଧନ ଆଇନର ବିଭିନ୍ନ ଦିଗ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି। ବିରୋଧୀ କଂଗ୍ରେସ ସମେତ କିଛି ଆଞ୍ଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଥିବାରୁ ବିଜେପି ପକ୍ଷରୁ ଏବେ ଓଡ଼ିଶା ସମେତ ଦେଶବ୍ୟାପୀ ଏଭଳି ସଚେତନତା କାର୍ଯ୍ୟକ୍ରମ ଚାଲିଛି।

ପଢନ୍ତୁ: ଆଇସିୟୁରେ ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶବାନା ଆଜମୀ

ସମ୍ବନ୍ଧିତ ଖବର

ପରୀକ୍ଷା ଦେବାକୁ ଆସି ରାଜଧାନୀରେ ଉତ୍ପାତ

Ratnamani Maharana

ଖୋର୍ଦ୍ଧାରୁ ଲାଇନ କାଟିବା ଆରମ୍ଭ କଲା ସେସୁ

Ratnamani Maharana

ପିଆଜ ଦରବୃଦ୍ଧି ଋଣଗ୍ରସ୍ତରୁ ବନେଇଦେଲା କୋଟିପତି

Ratnamani Maharana

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ

Ratnamani Maharana

ବାଘ ବଞ୍ଚାଇବାକୁ ସାରା ଦେଶ ବୁଲୁଛନ୍ତି ଏହି ଦମ୍ପତ୍ତି

Ratnamani Maharana

ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ନିକଟରେ ଜମିବ ଲୋକଙ୍କ ଭିଡ

Ratnamani Maharana