POLITICALS

ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ କର୍ଣ୍ଣାଟକରେ ବାଚସ୍ପତିଙ୍କ ପାଳି

Untitled 1

କର୍ଣ୍ଣାଟକରେ ଏବେ ଏବେ ସରିଛି ମହାନାଟକ। କଂଗ୍ରେସ ଜେଡିଏସ ମେଣ୍ଟ  ଭାଙ୍ଗିବା ପରେ ଏବେ ଏବେ  ବିଜେପି ରାଜ୍ୟ ସଭାପତି ବି.ଏସ. ୟେଦୁରପ୍ପା  ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗି ବିଜେପିକୁ ସୁଯୋଗ ଦେଇଥିବା ବିଦ୍ରୋହୀ ବିଧାୟକଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି। କାରଣ ବାଚସ୍ପତି କେ.ଆର. ରମେଶ କୁମାର ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିବାବେଳେ ଆଉ ୧୪ ବିଧାୟକଙ୍କ ଇସ୍ତଫାପତ୍ର ଏବଂ ଅଯୋଗ୍ୟ ଘୋଷଣା ପାଇଁ ହୋଇଥିବା ଆବେଦନ ବିଚାରାଧୀନ ରହିଛି। ତେଣୁ ବିଦ୍ରୋହୀ ବିଧାୟକଙ୍କୁ କାର୍ଯ୍ୟାନୁଷ୍ଠାନରୁ ବଞ୍ଚାଇବା ଲାଗି ବିଜେପି ବାଚସ୍ପତିଙ୍କୁ ହଟାଇବା ପାଇଁ ଗୃହରେ ପ୍ରସ୍ତାବ ଆଣିପାରେ। ସେହିପରି ସ୍ଥିର ସରକାର ଗଢ଼ିବାକୁ ହେଲେ ବିଜେପିକୁ ବିଦ୍ରୋହୀ ବିଧାୟକଙ୍କ ସମର୍ଥନର ମଧ୍ୟ ଆବଶ୍ୟକତା ରହିଛି।

ଅନ୍ୟପଟେ ବାଚସ୍ପତିଙ୍କୁ ହଟାଇବା ଲାଗି ଯଥାଶୀଘ୍ର ପ୍ରସ୍ତାବ ଆଣିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୧୭୯(ସି) ଅନୁସାରେ, ବହୁମତ ସହିତ ଗୃହରେ ପ୍ରସ୍ତାବ ପାରିତ କରାଯାଇ ଜଣେ ବାଚସ୍ପତିଙ୍କୁ ତାଙ୍କ ପଦରୁ ହଟାଯାଇ ପାରିବ। ତେବେ ଏଥିପାଇଁ ବାଚସ୍ପତିଙ୍କୁ ୧୪ ଦିନର ନୋଟିସ ଅବଧି ଦିଆଯିବା ଆବଶ୍ୟକ। କିନ୍ତୁ ଏପରି ପ୍ରସ୍ତାବ ବାଚସ୍ପତିଙ୍କ କ୍ଷମତାକୁ ସଙ୍କୀର୍ଣ୍ଣ କରିଦିଏ। ଥରେ ଗୃହରେ ଏପରି ପ୍ରସ୍ତାବ ଆଗତ ହେଲେ, ଜଣେ ବାଚସ୍ପତି କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ।

ପଢନ୍ତୁ: ‘ଚନ୍ଦ୍ରଯାନ-୨’ ମହାକାଶରୁ ପଠାଇଲା କି ପୃଥିବୀର କିଛି ମନଲୋଭା ଫଟୋ !

Related posts

ଭୋଟ୍ ପାଇଁ ଚାଲିଛି ନୋଟ୍‌ ଖେଳ: ଥଳକୂଳ ପାଉନାହାନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Ratnamani Moharana

ମୁଖ୍ୟମନ୍ତ୍ରୀ ହେବା ପରେ ବୁଣାକାର ଓ ଚାଷୀଙ୍କୁ ପୁରସ୍କାର ଦେଲେ ୟେଦ୍ଦୁରପ୍ପା

Ratnamani Moharana

ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନାମାଙ୍କନ ନାକଚ କରିବାକୁ ଦାବି

ENO Beuro

Leave a Comment