Loading...

୨୦୧୯-୨୦ରେ ସବୁଠୁ ଅଧିକ ଧନୀ ଦଳ ବିଜେପି

୨୦୧୯-୨୦ରେ ସବୁଠୁ ଅଧିକ ଧନୀ ଦଳ ବିଜେପି

ADR ରିପୋର୍ଟରେ କୁହାଯାଇଛି ଯେ ସାତୋଟି ଜାତୀୟ ଦଳ ମଧ୍ୟରେ ସର୍ବାଧିକ ସମ୍ପତ୍ତି ବିଜେପି, ବିଏସପି ୬୯୮.୩୩ କୋଟି ଯାହାକି ୯.୯୯ ଏବଂ କଂଗ୍ରେସ ୫୮୮.୧୬ କୋଟି ଯାହାକି ୮.୪୨ ପ୍ରତିଶତ ରହିଛି ।

ନିର୍ବାଚନ ସଂସ୍କାର ଗୋଷ୍ଠୀ ADR ଅନୁଯାୟୀ, ୨୦୧୯-୨୦ଆର୍ଥିକ ବର୍ଷରେ ବିଜେପି ସବୁଠୁ ଧନୀ । ଦଳ ପାଖରେ ରହିଛି ୪,୮୪୭.୭୮ କୋଟି ଟଙ୍କାର ସମ୍ପତ୍ତି । ଯାହା ସମସ୍ତ ରାଜନୈତିକ ଦଳ ମଧ୍ୟରେ ସର୍ବାଧିକ । ତା’ପରେ ବିଏସପି ୬୯୮.୩୩ କୋଟି ଟଙ୍କା ଏବଂ କଂଗ୍ରେସ ସମ୍ପତ୍ତିର ମୂଲ୍ୟ ରହିଛି ୫୮୮.୧୬ କୋଟି ଟଙ୍କା ।

୨୦୨୯-୨୦ରେ ଜାତୀୟ ତଥା ଆଞ୍ଚଳିକ ଦଳର ସମ୍ପତ୍ତି ଏବଂ ଦାୟିତ୍ୱର ବିଶ୍ଳେଷଣ ଉପରେ ଆଧାର କରି ଆସୋସିଏସନ୍ ଫର୍ ଡେମୋକ୍ରାଟ୍ ରିଫର୍ମସ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ବିଶ୍ଳେଷଣ ଅନୁଯାୟୀ, ଆର୍ଥିକ ବର୍ଷରେ ସାତୋଟି ଜାତୀୟ ଏବଂ ୪୪ ଟି ଆଞ୍ଚଳିକ ଦଳ ଦ୍ୱାରା ଘୋଷିତ ମୋଟ ସମ୍ପତ୍ତି ଯଥାକ୍ରମେ ୬,୯୮୮.୫୭ କୋଟି ଏବଂ ୨,୧୨୯.୩୮ କୋଟି ଟଙ୍କା ରହିଛି ।

ADR ରିପୋର୍ଟରେ କୁହାଯାଇଛି ଯେ ସାତୋଟି ଜାତୀୟ ଦଳ ମଧ୍ୟରେ ସର୍ବାଧିକ ସମ୍ପତ୍ତି ବିଜେପି, ବିଏସପି ୬୯୮.୩୩ କୋଟି ଯାହାକି ୯.୯୯ ଏବଂ କଂଗ୍ରେସ ୫୮୮.୧୬ କୋଟି ଯାହାକି ୮.୪୨ ପ୍ରତିଶତ ରହିଛି । ADR ଅନୁଯାୟୀ, ୪୪ ଟି ଆଞ୍ଚଳିକ ଦଳ ମଧ୍ୟରୁ ଶ୍ରେଷ୍ଠ ୧୦ଟି ଦଳର ସମ୍ପତ୍ତି ୨୦୨୮.୭୧୫ କୋଟି ଟଙ୍କା ବା ସମସ୍ତଙ୍କ ଦ୍ୱାରା ଘୋଷିତ ସମୁଦାୟର ୯୫.୨୭ ପ୍ରତିଶତ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ, ଆଞ୍ଚଳିକ ଦଳ ମଧ୍ୟରେ ସମାଜବାଦୀ ପାର୍ଟି ସର୍ବାଧିକ ସମ୍ପତ୍ତି ୫୬୩.୪୭ କୋଟି , ତା’ପରେ TRS ୩୦୧.୪୭ କୋଟି ଏବଂ AIADMK ୨୬୭.୬୧ କୋଟି ଟଙ୍କା ଅଛି.

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.