EnewsOdia.Com

ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମଧ୍ୟରେ ଛିଣ୍ଡୁନାହିଁ ଅଙ୍କ !

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମଧ୍ୟରେ ଛିଡୁନି ଅଙ୍କ । ଉଭୟ ନିଜ ନିଜ ଆଭିମୁଖ୍ୟ କଡା କରିବାରେ ଲାଗିଛନ୍ତି । ଆଜି ପୃଥକ ପୃଥକ ଭାବେ ରାଜ୍ୟପାଳଙ୍କୁ ଭେଟିବେ ବିଜେପି ଓ ଶିବସେନା ନେତା । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶିବସେନା ନେତା ଦିବାକର ରାଓଟେ । ଆଲୋଚନା ପାଇଁ ପ୍ରସଙ୍ଗ ନିର୍ଦ୍ଧାରିତ ହୋଇନଥିଲେ ବି ସରକାର ଗଠନ ନେଇ ରାଜ୍ୟପାଳ ଉଭୟ ଦଳର ନେତାଙ୍କ ସହ ଆଲୋଚନା କରିପାରନ୍ତି । ବୈଠକରେ ଶିବସେନା ନିଜର ଅଭିମୁଖ୍ୟ ସ୍ପଷ୍ଟ କରିପାରେ । ମୁଖ୍ୟମନ୍ତ୍ରୀ ନୂଆ ସରକାର ଗଠନ ସମ୍ପର୍କରେ ଆଲୋଚନା କରିପାରନ୍ତି ।

ଶିବସେନା ୫୦-୫୦ ଫର୍ମୁଲାକୁ ନେଇ ନିଜ ଜିଦରେ ଅଟଳ ରହିଛି । ଅର୍ଥାତ୍ ଶିବସେନା ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଚାହୁଁଥିବା ବେଳେ ବିଜେପି ଅଢେଇ ବର୍ଷ କ୍ଷମତାରେ ରହିବ । କିନ୍ତୁ ଏହାକୁ ନେଇ ଦିଲ୍ଲୀ ନେତୃତ୍ୱ ରାଜି ହେଉନାହାନ୍ତି । ଯାହାଫଳରେ ୪ ଦିନ ହେଲାଣି କିନ୍ତୁ ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରୁନାହଁ । ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆଜି ଏକ ବୈଠକ ହେବାର ଅଛି । ସେପଟେ ଅମିତ ଶାହାଙ୍କୁ ସାକ୍ଷାତ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ । ଆଜି ରାତି ସୁଦ୍ଧା ଏ ଦିଗରେ କିଛି ନା କିଛି ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ୨୮୮ ଆସନ ବିଶିଷ୍ଟ ବିଧାନସଭାରୁ ବିଜେପି ୧୦୫ ଆସନରେ ବିଜୟୀ ହୋଇଥିବା ବେଳେ ଶିବସେନାକୁ ମିଳିଛି ୫୬ ଆସନ ।

ପଢନ୍ତୁ: କାଳୀପୂଜା ପାଇଁ ଛୁଟି ଭଦ୍ରକ ସରକାରୀ ଅଫିସ୍

ସମ୍ବନ୍ଧିତ ଖବର

ପରିବାର ସମେତ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

Ratnamani Maharana

ଚିଦାମ୍ବରମଙ୍କୁ ମିଳିଲା ଜାମିନ୍‌, ହେଲେ ଜେଲ୍‌ରେ ରହିବେ

Ratnamani Maharana

ଅହମଦାବାଦରେ ଟ୍ରମ୍ଫଙ୍କୁ ସ୍ୱାଗତ କରିବେ ୧କୋଟି ଲୋକ : ଟ୍ରମ୍ଫ

Ratnamani Maharana

ଦାର୍ଜିଲିଂରେ ୧୦ କିଲୋମିଟର ଦୌଡିଲେ ଦିଦି

Ratnamani Maharana

ଦୁଇ ଦିନିଆ ଗସ୍ତ ଶେଷ କରି ଚେନ୍ନାଇରୁ କାଠମାଣ୍ଡୁ ଅଭିମୁଖେ ଜିନପିଙ୍ଗ

Ratnamani Maharana

‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ratnamani Maharana