POLITICALS

ବିଜେପି ଚାପରେ “କାଳିଆ”ବନ୍ଦ: ବିଜେଡ଼ି

କାଳିଆ ଯୋଜନା ବନ୍ଦ ନେଇ ତେଜିଛି ରାଜନୀତି । ଏ ପ୍ରସଙ୍ଗରେ ସିଧାସଳଖ ବିଜେପିକୁ ଟାଣିଛି ବିଜେଡ଼ି। ଦଳ ଅଭିଯୋଗ କରିଛି ବିଜେପି ଚାପରେ ହିଁ କାଳିଆ ଯୋଜନାର ସହାୟତା ବନ୍ଦ   କରିଦିଅଛି। ଆଉ ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ବିଜେଡ଼ି ଟାର୍ଗେଟ  କରିଛି। ସସ୍ମିତ କହିଛନ୍ତି, ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁରା ଯଥେଷ୍ଠ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ ଆବଶ୍ୟକ ଆର୍ଥିକ ଓ ପ୍ରଶାସନିକ ଅନୁମୋଦନ ନିଆଯାଇଥିଲା। ତେବେ ହଠାତ ମୁଖ୍ୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି କଥା ଉଠାଇ କାଳିଆ ଯୋଜନା ସହାୟତାକୁ ବନ୍ଦ କରିବା ଆଦୌ ଗ୍ରହଣୀୟ  ନୁହେଁ ବୋଲି କହିଛନ୍ତି।

ବିଳିବିଳଉଛି ବିଜେଡି: ବିଜେପି

କାଳିଆ ଯୋଜନା ବନ୍ଦ ହେବାନେଇ ବିଜେଡ଼ି ବିଜେପିକୁ ଦାୟୀ କରୁଥିଲାବେଳେ ବିଜେପି ଏହାର ଜବାବରେ କହିଛି, କାଳିଆ ଯୋଜନା ଟଙ୍କା କଣ ବିଜୁ ଜନତା ଦଳ ବାଣ୍ଟୁଥିଲା କି!! ଏହା ଏକ ସରକାରୀ ଯୋଜନା। କାଳିଆ ଯୋଜନା ପାଣ୍ଠିରେ ଆଉ ଟଙ୍କା ନାହି ଏଥିପାଇଁ କାଳିଆ ଯୋଜନାରେ ତାଙ୍କ ବାଣ୍ଟିବା ପାଇଁ ସରକାର  ପଛାଉଛନ୍ତି।  କଳିଆ ଯୋଜନା ଟଙ୍କା ୫୭ ଲକ୍ଷ ଚାଷୀଙ୍କୁ ମିଳିବ। ହେଲେ ବାସ୍ତବରେ କେତେ ଚାଷୀ ଅର୍ଥ ପାଇଲେ ତାହା ଏବେ ବି ଅନ୍ଧାରରେ । ଯେଉଁ ୩୬ ଲକ୍ଷ ଚାଷୀଙ୍କୁ ଅର୍ଥ ମିଳିଲା ବୋଲି କୁହାଯାଉଛି, ବାସ୍ତବରେ ‌େସତିକି ଲୋକଙ୍କ ପାଖକୁ ମେସେଜ୍ ଯାଇଛି। କିନ୍ତୁ ୩୬ ଲକ୍ଷ ଚା‌ଷୀଙ୍କ ପାଖକୁ ଅର୍ଥ ଯାଇ ନାହିଁ।

ପଢନ୍ତୁ: ମୋଦିଙ୍କ ବାୟୋପିକକୁ ବିରୋଧ କଲା କଂଗ୍ରେସ: ନିର୍ବାଚନ କମିଶନର ଆଗରେ ହେଲା ଫେରାଦ

Related posts

ଧର୍ମେନ୍ଦ୍ରଙ୍କ ବିଜେଡ଼ିକୁ ଟାର୍ଗେଟ: ଲଙ୍କାରେ ହରିଶବ୍ଦ ଯାହା ବିଜେଡିର ମହିଳା ସଶକ୍ତିକରଣ ତାହା

Ratnamani Moharana

ଦାମୋଦର ରାଉତଙ୍କ ନବୀନଙ୍କୁ ପ୍ରଶ୍ନ ବାଣ: ବିଜୁ ବାବୁ ତାଙ୍କ ଦିଲ୍ଲୀ ଘରକୁ ଯାଉନଥିଲେ କଣ ପାଇଁ

Ratnamani Moharana

ଆରପାରିରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣ

ENO Beuro

1 comment

Leave a Comment