• Home
  • POLITICALS
  • କଂଗ୍ରେସ ଦଳର ହାତ ଚିହ୍ନ ପ୍ରତି ବିପଦ ! ନିର୍ବାଚନ କମିସନଙ୍କୁ ଆବେଦନ କଲେ ବିଜେପି ନେତା
POLITICALS

କଂଗ୍ରେସ ଦଳର ହାତ ଚିହ୍ନ ପ୍ରତି ବିପଦ ! ନିର୍ବାଚନ କମିସନଙ୍କୁ ଆବେଦନ କଲେ ବିଜେପି ନେତା

ଭାରତର ସବୁଠୁ ପୁରୁଣା ଏବଂ ଜଣାଶୁଣା ରାଜନୈତିକ ଦଳ କଂଗ୍ରେସ ନିଜର ଲମ୍ବା ଇତିହାସ ମଧ୍ୟରେ ଅନେକ ଉତଥାନ ପତନ ଦେଇ ଗତି କରିଛି । ନିଜର ଏହି ଦୀର୍ଘ ଶାସନକାଳ ମଧ୍ୟରେ ଦେଶର ପ୍ରତି କୋଣରେ ପହଞ୍ଚିପାରିଛି । କଂଗ୍ରେସ ଦଳ ସହ ଏହାର ନିର୍ବାଚନୀ ଚିହ୍ନ ହାତ ଚିହ୍ନର ସଂପର୍କରେ ମଧ୍ୟ ପୁରୁଣା । ଦେଶରେ ଅଧିକାଂଶ କଂଗ୍ରେସ କହିଲେ ହାତ ଚିହ୍ନକୁ ହିଁ ବୁଝନ୍ତି ବା ହାତ ଚିହ୍ନ କହିଲେ କଂଗ୍ରେସକୁ ବୁଝାଯାଏ । କିନ୍ତୁ କଂଗ୍ରେସ ଦଳର ଏହି ହାତ ଚିହ୍ନ ପ୍ରତି ବିପଦ ଆସିବା ଭଳି ମନେହେଉଛି।  କାରଣ କଂଗ୍ରେସ ଦଳରୁ ଏହି ଚିହ୍ନକୁ ବାତିଲ କରିବାକୁ ବିଜେପି ପକ୍ଷରୁ ଆବେଦନ କରାଯାଇଛି ।

ଏହି ଆବେଦନ କରିଛନ୍ତି ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ।

ନିର୍ବାଚନ କମିସନଙ୍କ ନିକଟକୁ ପଠାଇଥିବା ଏକ ୬ ପୃଷ୍ଠାର ଆବେଦନରେ ସେ କହିଛନ୍ତି ଯେ କଂଗ୍ରେସର ହାତ ଚିହ୍ନ ଜନପ୍ରତିନିଧି ଆଇନ ଓ ନିର୍ବାଚନ ଆଚରଣବିଧିର ଉଲ୍ଲଙ୍ଘନ କରୁଛି । ସେ ନିଜର ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନ ଓମ ପ୍ରକାଶ ରାଓ୍ଵତଙ୍କୁ ଭେଟିଛନ୍ତି ।

ନିଜର ଆବେଦନରେ ସେ କହିଛନ୍ତି ଯେ, କେବଳ ହାତଚିହ୍ନ ହିଁ ଏପରି ଏକ ନିର୍ବାଚନୀ ଚିହ୍ନ ଯାହାକି ମଣିଷ ଶରୀରର ଏକ ଅଂଗ । ଏହା ସବୁବେଳେ ମଣିଷ ସହିତ ରହିଥାଏ । ଆଦର୍ଶ ଆଚରଣ ବିଧି ଅନୁସାରେ ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସବୁ ଦଳ ନିଜର ପ୍ରଚାର ପରିତ୍ୟାଗ କରିବେ । ପୁଣି ଜନ ପ୍ରତିନିଧି ଆଇନର ଧାରା ୧୩୦ ଅନୁସାରେ ଭୋଟ ଗ୍ରହଣ ଦିନ ଭୋଟକେନ୍ଦ୍ରର ୧୦୦ ମିଟର ପରିସୀମା ମଧ୍ୟକୁ ନିର୍ବାଚନୀ ସଂକେତ ନେଇ ହେବ ନାହିଁ ।

କିନ୍ତୁ ହାତ ଚିହ୍ନ ଏପରି ଏକ ଚିହ୍ନ ଯାହାଦ୍ୱାରା ଉପରୋକ୍ତ ଆଇନର ଉଲ୍ଲଙ୍ଘନ କରିହେବ । ଜଣେ ସାଧାରଣ ଭାବେ ହାତ ହଲେଇ ବା ହାତରେ ସଂକେତ କରି ଭୋଟ କେନ୍ଦ୍ର ମଧ୍ୟରେ ଲୋକଙ୍କୁ ପ୍ରଭାବିତ କରି ପାରିବ । ନିର୍ବାଚନ ଆୟୋଗ ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ସୁପ୍ରିମ କୋର୍ଟରେ ଆବେଦନ କରିବେ ବୋଲି ଉପାଧ୍ୟାୟକହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ମୂଳରୁ କଂଗ୍ରେସ ଦଳର ନିର୍ବାଚନୀ ସଂକେତ ହାତ ନଥିଲା । ୧୯୭୦ ପୂର୍ବରୁ କଂଗ୍ରେସ ଦଳର ଚିହ୍ନ ଥିଲା ଦୁଇଟି ବାଛୁରୀ । କିନ୍ତୁ ୧୯୭୦ରେ ଇନ୍ଦିରାଗାନ୍ଧିଙ୍କୁ ହାତ ଚିହ୍ନ ସଂକେତ ମିଳିଥିଲା ।

କଂଗ୍ରେସ ଦଳର ହାତ ଚିହ୍ନ ପ୍ରତି ବିପଦ ! ନିର୍ବାଚନ କମିସନଙ୍କୁ ଆବେଦନ କଲେ ବିଜେପି ନେତା cong symbol

ପଢନ୍ତୁ ;

ଗୋଲାପୀ ମଲାଟରେ ଦେଖିବାକୁ ମିଳିଲା ଅର୍ଥନୈତିକ ସର୍ବେକ୍ଷଣ

Related posts

କଂଗ୍ରେସ କଲା ବାଜିମାର, ଚିତ୍ରକୂଟ ବିଧାନସଭା ପରେ ଏବେ ଗୁଜରାଟର ପାଳି

Krishna Kumar Manoj

ଏବେ କଡା ସୁରକ୍ଷା ଭିତରେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ, ବାସଭବନକୁ ଘେରାଉ କଲେ ମହିଳା

Krishna Kumar Manoj

ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସରେ ହେବ – ଅନନ୍ତ କୁମାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More