POLITICALS

ଧର୍ମେନ୍ଦ୍ର : ଓଡ଼ିଶାରେ ଏଥର ବିଜେପି ସରକାର

୨୦୧୯ରେ ଓଡ଼ିଶାରେ ସରକାର ଗଢିବ ବିଜେପି। ଏଭଳି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଗାମୀ ସାଧାରଣ ନିର୍ବାଚନରେ ଲୋକେ ବିଜେପିକୁ ଜିତାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଅପରପକ୍ଷରେ ଧର୍ମେନ୍ଦ୍ର ଉତ୍ତର ପରେ ପ୍ରତିକ୍ରିୟା ରଖିଛି ବିଜେଡି।

ନିକଟରେ ଇଣ୍ଡିଆ ଟୁଡେ଼ର ପଲଟିକାଲ ଷ୍ଟକ ଏକ୍ସଚେଂଜ ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ସର୍ଭେ ରିପୋର୍ଟ ଅନୁସାରେ , ୫୯% ଲୋକ ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି । ସେହିପରି ଧର୍ମେନ୍ଦ୍ରଙ୍କ ସପକ୍ଷରେ ମଧ୍ୟ ୨୧% ମତ ଆସିଛି । ଏହି ସର୍ଭେ ସମ୍ପର୍କରେ ଧର୍ମେନ୍ଦ୍ର କହିଛନ୍ତିଯେ, ସର୍ଭେ କହୁଛି ରାଜ୍ୟରେ ବିଜେଡ଼ି, କେନ୍ଦ୍ରରେ ବିଜେପି । ମୁଁ ନିଜକୁ ନବୀନବାବୁଙ୍କ ସହ ତୁଳନା କରେ ନାହିଁ । ତେବେ ଓଡ଼ିଶା ଏକ ବଡ଼ ପରିବର୍ତନ ଆଡ଼କୁ ମୁହାଁଉଥିବାବେଳେ ବିଜେପି ହିଁ ସରକାର ଗଢ଼ିବ ବୋଲି ସେ କହିଥିଲେ ।

bjpp ବିଜେପି ଧର୍ମେନ୍ଦ୍ର : ଓଡ଼ିଶାରେ ଏଥର ବିଜେପି ସରକାର b

ସେ ଆହୁରି ମଧ୍ୟ କହିଛନ୍ତି, “ତୈଳଦର ବୃଦ୍ଧି ଲୋକଙ୍କୁ କଷ୍ଟ ଦେଉଛି। ଦାୟିତ୍ୱରୁ ମୁଣ୍ଡ ଖସାଇ କୁମ୍ଭୀର କାନ୍ଦଣା କାନ୍ଦିବାର ଲୋକ ମୁଁ ନୁହେଁ। ତୈଳଦର ହ୍ରାସ ପାଇଁ ଭାରତ ସରକାର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। ଆମେ ଏକ୍ସସାଇଜ ଡ୍ୟୁଟି କମାଇବା ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ବିତଣ୍ଡା ଯୁକ୍ତି କରି ଆମେ କ୍ଷତି ସହିଲୁ ବୋଲି କହିଥିଲେ। ସେଭଳି ଦାୟିତ୍ୱହୀନ ଲୋକଙ୍କ କଥାରେ ମନ୍ତବ୍ୟ ଦେବା ଠିକ୍ ନୁହେଁ।”

ପଢନ୍ତୁ; ଆଜିଠୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ

Related posts

ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗିରଫ

Krishna Kumar Manoj

ତାମିଲନାଡୁ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଦକ୍ଷିଣ ଭାରତର ଦୁଇ ବଡ କଳାକାର ରଜନୀକାନ୍ତ ଓ କମଲ ହାସନ

Krishna Kumar Manoj

ଅଙ୍ଗନୱାଡି କର୍ମୀଙ୍କ ଉଦେଶ୍ୟରେ କହିଥିବା କଥା ପାଇଁ ମନ୍ତ୍ରୀ ଦାମୋଦର ରାଉତ ଦୁଖଃ ପ୍ରକାଶ କଲେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More