POLITICALS

ବିଜେପିକୁ ଥରେ ସୁଯୋଗ ଦିଅ : ଅମିତ ଶାହ

shah

ବିଜେଡି ଓ କଂଗ୍ରେସ,ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ। ଦୁର୍ନୀତି ଓ ଭ୍ରଷ୍ଟାଚାରରେ କେହି କାହାରିଠାରୁ କମ ନୁହନ୍ତି। ଉଭୟ ଦଳ ଓଡିଶାକୁ ଦୀର୍ଘ ଦିନଧରି ଶାସନ କରିଛନ୍ତି। କିନ୍ତୁ ଉଭୟ କଣ କରିଛନ୍ତି? ଓଡିଶା ଯେମିତି ଗରିବ ଥିଲା, ସେମିତି ଗରିବ ହୋଇ ରହିଛି। ଥରଟିଏ ବିଜେପି ସରକାରଙ୍କୁ ୫ ବର୍ଷ ପାଇଁ ସୁଯୋଗ ଦିଅ। ଓଡିଶାକୁ ଆମେ ଭାରତର ନମ୍ବର ୧ ରାଜ୍ୟ କରିବୁ। ଏଭଳି ଆହ୍ଵାନ ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହ

ଶାହା ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ସରକାରରେ ଓଡିଶାକୁ ୭୯୦୦୦ କୋଟି ମିଳିଥିଲା । କିନ୍ତୁ ମୋଦୀ ସରକାରରେ ରାଜ୍ୟକୁ ୨୧୧୫୧୦ କୋଟି ରାଜ୍ୟର ବିକାଶ ପାଇଁ ମିଳିଛି । ଏହା ବାଦ ୫୧୦୦୦ କୋଟି ଅତିରିକ୍ତ ଅର୍ଥ ରହିଛି । ରେଳ ପାଇଁ ୨୦୦୦୦ କୋଟି, ଜଳ ପାଇଁ ୨୦୦୦ କୋଟି, ମେଡିକାଲ ପାଇଁ ୧୬୦୦୦ କୋଟି, ପୁରୁଣା ମେଡିକରାଲ ପାଇଁ ୪୦୦୦କୋଟି, ପୁରୀ ସହରର ବିକାଶ ପାଇଁ ୧୭୦୦କୋଟି, ପାରାଦ୍ୱୀପକୁ ୩୩୦୦ କୋଟି ଏପରି ମୋଟ ୫୧୦୦୦ କୋଟି ଟଙ୍କା ରାଜ୍ୟକୁ ମିଳିଛି ।

ଏହାଛଡା ୩୩୦୦୦ କୋଟରି ଲୋନ ମଧ୍ୟ ମିଳିଛି । ଏହବାଦ ପେଟ୍ରୋଲିୟମ ସହ ଡିଏମଏଫକୁ ୪୦୦୦ କୋଟି ପରି ମୋଟ ୫ଲକ୍ଷ୧୩୦୦୦ କୋଟି ମିଳିଛି । କିନ୍ତୁ ଏହି ଟଙ୍କା ଗ୍ରାମରେ ପହଁଚି ନାହିଁ । ଓଡିଶାର ଗ୍ରାମରେ ଏବେ ମଧ୍ୟ ୨୪ ଘଂଟା ବିଜୁଳି , ପାଣି , ହସ୍ପିଟାଲରେ ଡାକ୍ତର ନାହାନ୍ତି । ୪୦ ପ୍ରତିଶତ ଲୋକଙ୍କ ଘର ନାହିଁ । ୩୮ ପ୍ରତିଶତ ପିଇବା ପାଣି ନାହିଁ । କିନ୍ତୁ ବିଜେପି ସରକାର ଏ କାମ କରୁଛି । ଦେଶ ଶକ୍ତିଶାଳୀ ହୋଇଛି ।

ପଢନ୍ତୁ; କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ: ନୀତିକୁ ବିଳମ୍ବରେ ଆସିଲେ ସେବାରୁ ବହିଷ୍କାର

Related posts

ରାଜନୈତିକ ଦଳର ମହାରଥୀ ହେଉଛନ୍ତି ଓଡିଶା ମୁହାଁ

Ratnamani Moharana

ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଉପରେ ବିଚାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ENO Beuro

ନବୀନ ନିବାସରେ ଟିକେଟ କସରତ: ସାରା ଓଡିଶା ଏବେ @ ନବୀନ ନିବାସ

Ratnamani Moharana

Leave a Comment