POLITICALS

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ନୁହେଁ, ମାର୍ସାଲ ଆର୍ଟ ରେ ମଧ୍ୟ ରୁଚି ରଖନ୍ତି

ବହୁତ ଜଣକୁ ଜଣା ନଥିଲେ ବି ଏହା ସତ କି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ରୁଚି ରଖନ୍ତି ନାହିଁ, ପ୍ରତିଦିନ ଶାରୀରିକ ବ୍ୟାୟାମ ସହ ଜିମ ଯାଆନ୍ତି । ସେ ମଧ୍ୟ ଜାପାନୀ ମାର୍ସାଲ ଆର୍ଟ ‘ଆଇକିଡୋ’ର ବ୍ଲାକ ବେଲଟ ଅଧିକାରୀ । ନିକଟରେ ଏ କଥା ନିଜେ ପ୍ରକାଶ କରିଛନ୍ତି ରାହୁଲ । ମାର୍ଶଲ ଆର୍ଟ ଅଭ୍ୟାସ କରୁଥିବା ସମୟର କିଛି ଫଟୋକୁ ରାହୁଲ ଶେୟାର କରିଛନ୍ତି ନିଜର ଟ୍ବିଟର ଆକାଉଣ୍ଟରେ ।

ବୁଧବାର ଦିନ କଂଗ୍ରେସ ପାର୍ଟିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ବିଖ୍ୟାତ ତାଲିମଦାତା ପାରିତୋଶ କରଙ୍କ ସହ ରାହୁଳ ‘ଆଇକିଡୋ’ ଅଭ୍ୟାସ କରୁଥିବା ଫଟୋ ପୋଷ୍ଟ କରିଛି।ଅଣ୍ଟାରେ କଳା କମରପଟି ବାନ୍ଧି ପାରମ୍ପରିକ କେଇକୋଗି ପରିଧାନ କରି ରାହୁଲ ନିଜର କୌଶଳ ପ୍ରଦର୍ଶନ କରୁଛନ୍ତି।

ପିଏଚଡି ଚାମ୍ବର ଅଫ କମର୍ସର ବାର୍ଷିକ ବୈଠକରେ ବଳ୍ସର ବିଜେନ୍ଦର ସିଂହ ତାଙ୍କ ଜୀବନରେ କ୍ରୀଡ଼ାର ମହତ୍ତ୍ୱ ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ରାହୁଲ ନିଜର ମାର୍ସାଲ ଆର୍ଟ କଥା କହିଥିଲେ ।

ଗତ ସପ୍ତାହରେ ଗାନ୍ଧିଙ୍କର ଏହି ଦାୟଦ କହିଥିଲେ ଯେ ଅନ୍ୟ ରାଜନେତାଙ୍କ ଭଳି ସେ କ୍ରୀଡ଼ା ବିମୁଖ ନୁହନ୍ତି । କ୍ରୀଡ଼ା ପ୍ରତି ତାଙ୍କର ଆଗ୍ରହ ଅଛି ଏବଂ ସେ ତାଙ୍କର ବ୍ୟସ୍ତବହୁଳ କାର୍ୟ୍ୟନିର୍ଘଣ୍ଟରୁ ସମୟ କାଢ଼ି ସୁସ୍ଥ ରହିବାକୁ ଶାରୀରିକ କାର୍ୟ୍ୟକଳାପ କରନ୍ତି । ମୁଁ ବ୍ୟାୟାମ କରେ- ଦୌଡାଦୈାଡି କରିବା ସହ ସନ୍ତରଣ କରେ । ମୁଁ ‘ଆଇକିଡୋ’ରେ ଜଣେ ବ୍ଲାକବେଲଟ ବିଜେତା । ମୁଁ ଖେଳେ କିନ୍ତୁ ତାହା ବାହାରେ ପ୍ରକାଶ କରେ ନାହିଁ। କିନ୍ତୁ, ଅତ୍ୟାବଶ୍ୟକ ଭାବେ ମୋ ଜୀବନରେ ଖେଳ ଥିଲା, ଅଛି ଏବଂ ରହିବ ବୋଲି ରାହୁଳ କହିଥିଲେ ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ନୁହେଁ, ମାର୍ସାଲ ଆର୍ଟ ରେ ମଧ୍ୟ ରୁଚି ରଖନ୍ତି

ପଢନ୍ତୁ, ମାଲକାନଗିରି ମୁନସା ଗାଁରୁ ଉଦ୍ଧାର କୁମ୍ଭୀର ଗଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ

Related posts

ବିଜେପୁର ଉପନିର୍ବାଚନ : ରୀତା ସାହୁ ୪୧,୯୩୩ ଖଣ୍ଡ ଭୋଟ୍‌ରେ ହରାଇଲେ ଅଶୋକ ପାଣିଗ୍ରାହୀଙ୍କୁ 

ENO Beuro

ବିକାଶକୁ ନେଇ ମହାଭାରତ। ମୋଦି ବନାମ୍ ନବୀନ

ENO Beuro

ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More