ଜୀବନରେ ସୁଖଶାନ୍ତି ଏବଂ ନିଜର ମନସ୍କାମନାକୁ ପୂର୍ଣ କରିବାକୁ ବିଭିନ୍ନ ପ୍ରକାର ପୂଜା ବିଧି କରିଥାଉ। କିନ୍ତୁ ବସ୍ତୁ ଅଭିଷେକ କରିବା ଦ୍ୱାରା ସମସ୍ତ ମନସ୍କାମନା ବହୁ ଶୀଘ୍ର ହୋଇଥାଏ ବୋଲି କୁହାଯାଏ।
ତେବେ ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ କେଉଁ ବସ୍ତୁ କଣ ଅଭିଷେକ କଲେ ସବୁ ମନୋକାମନା ପୂର୍ଣ ହୋଇଥାଏ-
- ମହୁ- ମହାଦେବଙ୍କୁ ମହୁରେ ଅଭିଷେକ କରିବା ଦ୍ୱାରା ଟିବି ରୋଗ ଦୂର ହୋଇଥାଏ।
- ଆଖୁ ରସ – ଆଖୁ ରସରେ ଅଭିଷେକ କରିବା ଦ୍ୱାରା ଆନନ୍ଦ ପ୍ରାପ୍ତି ହୋଇଥାଏ।
- ଗଙ୍ଗା ଜଳ- ଗଙ୍ଗା ଜଳରେ ଅଭି ଷେକ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତ ହୁଏ।
- କ୍ଷୀର -ଭଗବାନ ଶିବଙ୍କକୁ କ୍ଷୀର ଧାରା ଅଭିଷେକ କଲେ ବୁଦ୍ଧିମାନ ହୋଇଥାଏ , ଘରର କଳି ଶାନ୍ତ ହୋଇଥାଏ।
- ଜଳ- ଶିବଙ୍କୁ ଜଳ ଧାରାରେ ଅଭିଷେକ କରିବା ଦ୍ୱାରା ବିଭିିନ୍ନ ମନୋବଞ୍ଝା ପୂରଣ ହୁଏ।
- ଘିଅ- ଘିଅ ଦ୍ୱାରା ଅଭିଷେକ କରିବା ଦ୍ୱାରା ବଂଶ ବିସ୍ତାର ହୋଇଥାଏ । ରୋଗ ସମସୟା ଦୂର ହୋଇଥାଏ।
- ଅତର- ବିଭିନ୍ନ ସୁଗନ୍ଧ ଫୁଲରୁ ତିଆରି ହୋଇଥିବା ଅତରରେ ମହାଦେବଙ୍କୁ ଅଭିଷେକ କରିବା ଦ୍ୱାରା ସୁଖ ଓ ଭୋଗ ବୃଦ୍ଧି ହୋଇଥାଏ।
ପଢନ୍ତୁ; ‘ଫୋର୍ବସ ଏସିଆ’ ଅଣ୍ଡର୍ ୩୦ ତାଲିକାରେ ସ୍ଥାନ ପାଇଲେ ବଲିଉଡ୍ର ଏହି ନାୟିକା!