SPORTS

ଅନ୍ତର୍ଜାତୀୟ ଦୃଷ୍ଟିହିନ କ୍ରିକେଟ: ଆଜି ଭାରତ-ଶ୍ରୀଲଙ୍କା ଟକ୍କର

cricket

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟର ନିମପୁର ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଛି । ଦୃଷ୍ଟିହୀନ କ୍ରିକେଟ କ୍ଷେତ୍ରରେ ଓଡ଼ିଶାରେ ଏହା ହେଉଛି ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ୍‌। ଏହା ପୂର୍ବରୁ ୨୦୧୭ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପରେ କିଟ୍‌ ଗ୍ରାଉଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ଭାରତ ୯ ଉଇକେଟରେ ବିଜୟୀ ହୋଇଥିଲା ।

cricket

ଭାରତୀୟ ଦଳରେ ଦୁଇ ସ୍ଥାନୀୟ ଖେଳାଳି ଜଫର ଇକବାଲ ଏବଂ ଲିଙ୍ଗରାଜ ରାଉତରା ସ୍ଥାନ ପାଇଛନ୍ତି। ମ୍ୟାଚ୍ ଦେଖିବା ସହ ଭାରତୀୟ ଦଳକୁ ସମର୍ଥନ କରିବା ଲାଗି ଅଧିକରୁ ଅଧିକ କ୍ରିକେଟ୍ ପ୍ରେମୀ ନିମପୁର ପଡ଼ିଆ ଆସିବାକୁ ରାଜ୍ୟର ପ୍ରସିଦ୍ଧ ବିଶ୍ବକପ୍ ବିଜୟୀ ଦୃଷ୍ଟିହୀନ କ୍ରିକେଟର ଜାଫର ଇକବାଲ ଅନୁରୋଧ କରିଛନ୍ତି।

ଦ୍ବିପାକ୍ଷିକ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ମଙ୍ଗଳବାର ଦିଲ୍ଲୀରେ ଖେଳା ଯାଇ ସାରିଛି। ଦ୍ବିତୀୟ ଗୁରୁବାର କଟକରେ ଆୟେଜିତ ହେବା ପରେ ତୃତୀୟ ତଥା ଶେଷ ମୁକାବିଲା କୋଲକାତାର ଯାଦବପୁର ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ଖେଳାଯିବ। ରାଜ୍ୟ ଯୁବସେବା ଓ କ୍ରୀଡ଼ା ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ପ୍ରଦାନ କରିଥିବା ମ୍ୟାଚ୍ ଲାଗି ୨୧ଲକ୍ଷ ୬୪ହଜାର ଟଙ୍କାର ବ୍ୟୟ ବରାଦ ରଖା ଯାଇଛି।

ପଢନ୍ତୁ; ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଆଜି ପୂରିଲା ବର୍ଷେ

Related posts

କେପ୍‌ଟାଉନ୍‌ ଟେଷ୍ଟ: ଦକ୍ଷିଣ ଆଫ୍ରିକା ଠାରୁ ଭାରତ ୭୨ ରନ୍‌ରେ ପରାସ୍ତ

ENO Beuro

ଫିକ୍ସିଂ ମାମଲାରେ ସାମିଙ୍କୁ କ୍ଲିନ୍‍ ଚିଟ୍‍

ENO Beuro

ତୃତୀୟ ଟି-୨୦: ସିରିଜ ବରାବର କଲା ଭାରତ

ENO Beuro

Leave a Comment