EnewsOdia.Com

ଏଣିକି ପୋଲିସକୁ ଫୋନ କଲେ ମାଗଣାରେ ମିଳିବ ରକ୍ତ

ପୋଲିସକୁ ଫୋନ କଲେ ମାଗଣାରେ ମିଳିବ ରକ୍ତ । କାଲି ଏନେଇ ସୁନ୍ଦରଗଡ ରିଜର୍ଭ ହସ୍ପିଟାଲରେ ଏକ ରକ୍ତଦାନ ଶିବିର ଆୟୋଜନ କରଯାଇଥିଲା । ଏହି ରକ୍ତଦାନ ଶିବିରରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରା ରକ୍ତଦାନ କରିଥିଲେ । ଏହାପରେ ଜିଲ୍ଲା ପୋଲିସର ପାଖାପାଖି ୬୦ରୁ ଅଧିକ ଅଧିକାରୀ ରକ୍ତଦାନ କରିଛନ୍ତି । ଏହାସହ ଜିଲ୍ଲା ପୋଲିସ ୮୫୦ କର୍ମଚାରୀଙ୍କ ଏକ ଡାଟାବେସ ତିଆରି କରିଛି । ଏହି କର୍ମଚାରୀମାନେ ଫୋନ ପାଇଲା କ୍ଷଣି ଲୋକଙ୍କୁ ସେବା ପ୍ରଦାନ କରିବା ପାଇଁ ଆଗେଇ ଆସିବେ ।

ସୂଚନାଅନୁସାରେ ,ଏଣିକି ୧୦୦ ନମ୍ବର ବା ପୋଲିସର ଫେସବୁକ , ଟ୍ଵିଟର ବା ସିଧାସଳଖ ଥାନା ଅଧିକାରୀ କି ରିଜର୍ଭ ଇନିସ୍ପେକ୍ଟରଙ୍କୁ  ଯୋଗାଯୋଗ କଲେ ଆପଣଙ୍କୁ ରକ୍ତ ଯୋଗାଇ ଦିଆଯିବ ।  ଅର୍ଥାତ ଆପଣଙ୍କ ବ୍ଲଡ ଗ୍ରୁପ ନଥିଲେ ଆପଣଙ୍କୁ ତୁରନ୍ତ ଡୋନର ଯୋଗାଇଦେବ  ପୋଲିସ । ଏହିଭଳି ସୁବିଧା କାଲିଠାରୁ  ସୁନ୍ଦରଗଡ ଜିଲ୍ଲାରେ ଆରମ୍ଭ ହୋଇଛି ।

ପଢନ୍ତୁ: ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ

ସମ୍ବନ୍ଧିତ ଖବର

ନୂଆବର୍ଷରେ ଗ୍ରାହକଙ୍କୁ ଝଟକା ବଢିଲା ଏଲପିଜି ଦର

Ratnamani Maharana

ଜଷ୍ଟିସ୍‌ ବୋବଡେଙ୍କ ନାଁରେ ମୋହର, ୧୮ରେ ନେବେ ଶପଥ

Ratnamani Maharana

ଭାଲେଣ୍ଟାଇନ ଡେ’ରେ ଟାର୍ଗେଟ କରିବ କଳିଙ୍ଗ ସେନା, ସୁରକ୍ଷା ଦେବ କମିସନରେଟ ପୁଲିସ

Ratnamani Maharana

ଟିକଟକରେ ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡ଼ିଓ

Ratnamani Maharana

ଆରବ ସାଗରରେ ଲଘୁଚାପ : ଅକ୍ଟୋବରରେ ଓଡ଼ିଶାକୁ ନାହିଁ ବାତ୍ୟା ଭୟ

Ratnamani Maharana

ପିଆଜ ପରେ ଏବେ ତରକାରୀରୁ ଗାଏବ ହେଲାଣି ଆଳୁ

Ratnamani Maharana