LIFESTYLE

ରକ୍ତ କର୍କଟ ହେବାର ଦୁଇ ମାସ ପୂର୍ବରୁ ଶରୀର ଦେଇଥାଏ ଏଭଳି ୧୨ ସଂକେତ ! ଜାଣନ୍ତୁ କଣ

Untitled 1

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପେୟର ଅନୀୟମିତତା ଶରୀରରେ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ । ଏହି ରୋଗମାନଙ୍କ ଭିତରେ ଲ୍ୟୁକେମିୟା ଅର୍ଥାତ୍ ବ୍ଲଡ୍ କ୍ୟାନ୍ସର ଅନ୍ୟତମ । ରକ୍ତ କର୍ଳଟରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରଥମେ ଏହାର ଆଭାଷ ହୋଇନଥାଏ । ଯେଉଁଥିପାଇଁ ଏହି ରୋଗ ଗମ୍ଭୀରର ରୁପ ନେଇଯାଏ । ତେଣୁ ପ୍ରତ୍ୟେକଙ୍କୁ ଏହାର ପ୍ରାଥମିକ ସଂକେତର ଆଭାଷ ହେବା ନିହାତି ଆବଶ୍ୟକ । ଯେଉଁଥିପାଇଁ ସମୟ ପୁର୍ବରୁ ହିଁ ଏହାର ଠିକ୍ ରୁପେ ଚିକିତ୍ସା ହୋଇପାରିବ । ତେବେ ଆସନ୍ତୁ ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ସଂକେତ ବିଷୟରେ ଜାଣିବା ।

୧ . ଏନିମିୟା କିମ୍ବା ଜ୍ୱର : ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ପର୍ଯ୍ୟାୟରେ ଆପଣଙ୍କୁ ଏନିମିୟା ଭଳି ସଂକେତ ଦେଖାଯାଏ । ସବୁବେଳେ ଥକ୍କାପଣ,ଅଳ୍ପ ଜ୍ୱର ଏବଂ ଦୂର୍ବଳ ଲାଗିବା ମଧ୍ୟ ଏହାର ଏକ ସଂକେତ ।

୨ . ଗଳାରେ ଦରଜ ହେବା : ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ପର୍ଯ୍ୟାୟରେ ଗଳା କିମ୍ବା କାଖ ତଳେ ହାଲୁକା ଦରଜ ଲାଗିଥାଏ । ଏହାଛଡା ଆପଣଙ୍କ ପାଦ ବିନ୍ଧିବା କିମ୍ବା ଛାତିରେ ଜ୍ୱଳନ ହେଲେ ତୁରନ୍ତ ଡେରି ନକରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ । ଏହା ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ ।

୩ . ବ୍ଲିଡିଙ୍ଗ୍ ହେବା : ଯଦି ଆପଣଙ୍କ ମୁହଁ,ନାକ କିମ୍ବା ଶୌଚ ସମୟରେ ରକ୍ତ ବ୍ଲିଡିଙ୍ଗ୍ ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଖାନାକୁ ଯାଇ ବ୍ଲଡ୍ କ୍ୟାନ୍ସରର ଚିକିତ୍ସା କରାଇନିଅନ୍ତୁ ।

Images

୪ . ନ୍ୟୁମୋନିଆ ହେବା :  ନ୍ୟୁମୋନିଆ ହେବା,ମୁହଁରେ ଘା’ ହୋଇଯିବା,ମୁଣ୍ଡବ୍ୟଥା,ଚର୍ମରେ ରାସେସ୍ ହେବା,ହାଲୁକା ଜ୍ୱର ହେବା ଏବଂ ଗଳାରେ ଇନଫେକସନ୍ ହେଲେ ତୁରନ୍ତ ରକ୍ତପରୀକ୍ଷା କରାନ୍ତୁ ।

୫ . ଅଚାନକ ଓଜନ କମିବାକୁ ଲାଗିବା : ଅଚାନକ ଓଜନ କମିବା ତଥା ଭୋକ ନଲାଗିବା ବି ଏହାର ଏକ ବଡ କାରଣ । ବିନା କୌଣସି ପ୍ରୟାସରେ ଯଦି ଅଚାନକ ଶରୀରରେ ଓଜନ କମିବାକୁ ଲାଗୁଛି ତେବେ ଏହାକୁ ହେୟଜ୍ଞାନ ନକରି ଡାକ୍ତରଙ୍କୁ ଦେଖାନ୍ତୁ । ଏହା ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ ।

୬ . ବାରମ୍ବାର ସଂକ୍ରମଣର ଶିକାର ହେବା : ଶରୀରରେ ଲ୍ୟୁକୋମିଆର ସେଲ୍ ବିକଶିତ ହେଲେ ରୋଗୀର ମୁହଁ,ଗଳା,ଯକୃତ,ଚର୍ମ ଆଦି ବାରମ୍ବାର ସଂକ୍ରମଣର ଶିକାର ହୁଏ ।

୭ . ଲିମ୍ଫ ନୋଡସ୍ ବଢିବା : ଗଳରେ ଜମାଟ ବାନ୍ଧିବା ଭଳି ଲାଗିବା କିମ୍ବା ଗାଣ୍ଠ ପଡିବା କିମ୍ବା ଏଥିରେ ପରିବର୍ତ୍ତନ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

୮ . ଶୋଇବା ସମୟରେ ଝାଳ ବାହାରିବା : ଶୀତଋତୁରେ ବି ଶୋଇବା ସମୟରେ ଝାଳ ବୋହିଲେ ଡେରି ନକରି ମେଡିକାଲ୍ ଜାଞ୍ଚ୍ କରନ୍ତୁ ।

୯ . ଶରୀରରେ ଦାଗ ପଡିବା : ରକ୍ତରେ ପ୍ଲେଟଲେଟସ୍ କମ୍ ହେବା ବି ବ୍ଲଡ କ୍ୟାନ୍ସରର ଲକ୍ଷଣ । ଏହାଦ୍ୱାରା ଶରୀରରେ ବାଇଗଣୀ କିମ୍ବା ନାଲି ରଙ୍ଗର ଦାଗ ପଡିଯାଏ ।

Download (1)

୧୦ . ହାଡ କିମ୍ବା ଜଏଣ୍ଟ ଦରଜ କରିବା : ହାଡ କିମ୍ବା ଜଏଣ୍ଟ ଦରଜ ହେଲେ ମଧ୍ୟ ଏଥିପାଇଁ ସତର୍କ ରୁହନ୍ତୁ । କାରଣ ବ୍ଲଡ୍ କ୍ୟାନ୍ସର ଅସ୍ତିମଜ୍ଜାରେ ହେଉଥିବା ରୋଗ ତେଣୁ ଏହାକୁ ଖାମଖିଆଲ ଭାବେ ଦ ନନେଇ ଡାକ୍ତର ଦେଖାନ୍ତୁ ।

୧୧ . ପେଟ ସମସ୍ୟା : ଅସାମାନ୍ୟ ଧଳାରକ୍ତର କୋଷିକା ଲିଭରରେ ଜମାଟ ବାନ୍ଧିବା ଯୋଗୁଁ ଅନେକ ପ୍ରକାର ପେଟ ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ଏଥିପାଇଁ ମଧ୍ୟ ଚେକଅପ୍ କରାଇନିଅନ୍ତୁ ।

୧୨ .  ଥକ୍କାପଣ : ବ୍ଲଡ କ୍ୟାନ୍ସର ସମୟରେ ଶରୀରରୁ ହିମୋଗ୍ଲୋବିନ୍ ମାତ୍ରା କମ୍ ହୋଇଯାଏ । ଅମ୍ଲଜାନ ଶରୀରରେ ଭଲ ଭାବରେ ପହଞ୍ଚିପାରେ  ନାହିଁ । ଏଥିପାଇଁ ଶରୀରର ଅଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ଥକ୍କାପଣ ଅନୁଭବ ହୋଇଥାଏ  ।

ପଢନ୍ତୁ: ଶରୀରର ଫ୍ୟାଟ୍ କମାଇବା ପାଇଁ ବେଶ୍ ଉପଯୋଗୀ ଏହି ପାନୀୟ

Related posts

ସ୍ତନକର୍କଟ, ମଳାଶୟକର୍କଟ ଏବଂ ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ନିୟମିତ ପିଅନ୍ତୁ ଲାଉ ରସ,ଦୂର ହେବ ଅନେକ ସମସ୍ୟା

ENO Beuro

ଆମୋନିଆରୁ ମୁକ୍ତି ଦେଇଥାଏ ଜଲଜିରା ପାଣି ! ଆସନ୍ତୁ ଜାଣିବା ଏହା ଆଉ କେଉଁ ସମସ୍ୟାରୁ ମୁକ୍ତି ଦେଇଥାଏ ?

ENO Beuro

1 comment

ଘର ଓ ପରିବେଶକୁ ପ୍ଲାଷ୍ଟିକ୍‌ ମୁକ୍ତ ରଖନ୍ତୁ, ଜାଣନ୍ତୁ କିପରି August 31, 2019 at 1:56 pm

[…] ରକ୍ତ କର୍କଟ ହେବାର ଦୁଇ ମାସ ପୂର୍ବରୁ ଶରୀର … […]

Leave a Comment