EnewsOdia.Com

ଇତିହାସ ସୃଷ୍ଟି କଲେ ରକ୍ତଦାତା : ୪ ଜଣ ଦାନ କଲେ ବିରଳ ବମ୍ବେ ଫିନୋଟାଇପ୍‌ ରକ୍ତ

କାହା ସହ କାହାର ପରିଚୟ ନ ଥିଲା। ରୋଗୀ କିଏ ତାହା ବି କେହି ଜାଣି ନ ଥିଲେ। କିନ୍ତୁ ‌ରକ୍ତ ଦରକାର ଥିବା ଜାଣି ସମସ୍ତେ ଛୁଟି ଆସିଥିଲେ ଭୁବନେଶ୍ବରର ଆପୋଲୋ ହସପିଟାଲକୁ। ଆଉ ଜଣେ ରୋଗୀଙ୍କୁ ବଞ୍ଚାଇବା ପାଇଁ ଦେବଦୂତ ସାଜି ସେମାନଙ୍କ ବିରଳ ରକ୍ତ ଦାନ କରିଥିଲେ। ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ବିରଳ ବମ୍ବେ ଫିନୋଟାଇପ୍‌ ବ୍ଲଡ୍‌ ଗ୍ରୁପ୍‌ର ୪ ରକ୍ତଦାତା ଏକାଥରେ ଜଣେ ରୋଗୀ ପାଇଁ ରକ୍ତଦାନ କରି ଇତିହାସ ସୃଷ୍ଟି କରିଛନ୍ତି। ଗତ ରବିବାର ଦିନ ଭୁବନେଶ୍ବରର ଦୁର୍ଲଭ ସାହୁ ହସ୍ପିଟାଲକୁ ଆସି ରକ୍ତଦାନ କରିଥିବାବେଳେ ଆଜି ରାଉରକେଲାର ଉମାଚରଣ ପରିଡ଼ା ଓ ସିଲ୍‌ଭଷ୍ଟର୍‌ କୁଜୁର୍‌ ଏବଂ ଭୁବନେଶ୍ବରର ମାନସ ରଞ୍ଜନ ପ୍ରଧାନ ରକ୍ତଦାନ କରି ମାନବିକତାର ଏକ ନୂତନ ପରିଭାଷା ସୃଷ୍ଟି କରି ପାରିଛନ୍ତି। ଆ‌ଉ ଏ ସମସ୍ତଙ୍କୁ ଏକାଠି କରି ଏହି ଅସମ୍ଭବକୁ ସମ୍ଭବ କରି ପାରିଛନ୍ତି ଭୁବନେଶ୍ବରର କିଛି ସ୍ବେଚ୍ଛାସେବୀ ଓ ସ୍ବେଚ୍ଛାକୃତ ରକ୍ତଦାତା ସଂଗଠନ।

ଅତି ବିରଳ ବମ୍ବେ ଫିନୋଟାଇପ୍ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ମାତ୍ର ୪ ଜଣଙ୍କ ଶରୀରରେ ଦେଖାଯାଇଥାଏ। ମହାରାଷ୍ଟ୍ର ଓ ବମ୍ବେରେ ଏଭଳି ଗ୍ରୁପ୍‌ର ଅଧିକ ଲୋକ ଥିବାବେଳେ ଓଡ଼ିଶା ଭଳି ରାଜ୍ୟରେ ହାତଗଣତି ଅଳ୍ପ କେତେଜଣ ଏହି ଗ୍ରୁପ୍‌ର ବୋଲି ଚିହ୍ନଟ ହୋଇଛନ୍ତି। ତେଣୁ କୌଣସି ରୋଗୀଙ୍କ ଏହି ରକ୍ତ ଦରକାର ହେଲେ ସହଜରେ ମିଳେ ନାହିଁ। ଏଭଳି ସ୍ଥିତିରେ ବମ୍ବେ ଫିନୋଟାଇପ୍‌ ରକ୍ତ ଗ୍ରୁପ୍ ଥିବା ବାଲେଶ୍ବରର ୫୫ ବର୍ଷୀୟ ସନ୍ତୋଷ ବେହେରା ହୃଦ୍‌ରୋଗ ଜନିତ ସମସ୍ୟା ନେଇ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଅବସ୍ଥାକୁ ଦେଖି ଡାକ୍ତର ହାର୍ଟ ସର୍ଜରି ପାଇଁ ପରାମର୍ଶ ଦେଇଥିଲେ। ଏଥିପାଇଁ ତାଙ୍କୁ ୪ ୟୁନିଟ୍‌ ରକ୍ତର ଆବଶ୍ୟକତା ରହିଥିଲା। କିନ୍ତୁ ତାଙ୍କର ବ୍ଲଡ୍‌ ଗ୍ରୁପ୍‌ ବମ୍ବେ ଫିନୋଟାଇପ୍‌ ହୋଇଥିବାକୁ ଏତେ କମ୍‌ ସମୟ ମଧ୍ୟରେ ୪ ୟୁନିଟ୍‌ ରକ୍ତ କେଉଁଠାରୁ ପାଇବେ ତାହା ଡାକ୍ତର ଓ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା। ହସ୍‌ପିଟାଲ୍‌ କର୍ତୃପକ୍ଷ ରକ୍ତଦାନ ଦିଗରେ କାର୍ଯ୍ୟରତ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ‌ଯୋଗାଯୋଗ କରିଥିଲେ। ଶେଷରେ ସ୍ବେଚ୍ଛାସେବୀ ରାକେଶ କୁମାର ସେଠୀ ଓ ପରିବର୍ତ୍ତନ ଫାଉଣ୍ଡେସନ୍‌ର ମିଳିତ ଉଦ୍ୟମରେ ୪ ଜଣ ରକ୍ତଦାତାଙ୍କୁ ଠାବ କରାଯାଇଥିଲା।

ଗତ ରବିବାର ଦିନ ଜଣେ ଆସି ରକ୍ତ ଦେଇଥିବାବେଳେ ଆଜି ଆଉ ତିନି ଜଣ ରକ୍ତଦାନ କରିଥିଲେ। ଏହି ୩ ଜଣ ଯୁବକଙ୍କ ମାନବିକତାକୁ ଆପୋଲୋ ହସ୍‌ପିଟାଲ୍‌ ପକ୍ଷରୁ ପ୍ରଶଂସା କରାଯାଇଥିବା ବେଳେ ଆପୋଲୋ ହସ୍‌ପିଟାଲ୍‌ର ଲ୍ୟାବ୍‌ ଡାଇରେକ୍ଟର ଡାକ୍ତର ଦୀପିକା ମହାନ୍ତି, ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସତୀଶ ଚନ୍ଦ୍ର ମିଶ୍ର ଓ ରକ୍ତଭଣ୍ଡାରର ମେଡିକାଲ୍‌ ଅଫିସର ଡାକ୍ତର ବିଜୟ ପଟ୍ଟନାୟକ ପ୍ରମୁଖ ତିନି ଯୁବକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପରିବର୍ତ୍ତନ ଫାଉଣ୍ଡେସନର ସଭାପତି ସଫକ୍‌ ଏ ଆଫ୍‌ତାବ୍‌, ରାକେଶ କୁମାର ସେଠୀ ଓ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଉପସ୍ଥିତ ଥିଲେ।

ପଢନ୍ତୁ: ୫-ଟି ନେଇ ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ସୁର ରାଉତରାୟ

ସମ୍ବନ୍ଧିତ ଖବର

ଭୟଙ୍କର ରୂପ ନେଉଛି ବାତ୍ୟା ‘ମହା’, ଜାରି ହେଲା ରେଡ ଆଲର୍ଟ

Ratnamani Maharana

ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାପଟେନ ବିରାଟ କୋହଲି

Ratnamani Maharana

ସ୍ୱର୍ଗୀୟ ବାପାଙ୍କ ଖୁସି ପାଇଁ ମଶାଣିରେ କାର ଜାଳିଦେଲା ପୁଅ

Ratnamani Maharana

ୟୁଆଇଡିଏଆଇ ସିଇଓ ଭାବେ ନିଯୁକ୍ତ ହେଲେ ପଙ୍କଜ କୁମାର

Ratnamani Maharana

ଆଜି ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକି

Ratnamani Maharana

ଫିକା ପଡ଼ିବ ଦୀପାବଳି! : ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ, ୨୭ ଯାଏ ୧୭ ଜିଲ୍ଲାକୁ ୟେ‌ଲୋ ୱାର୍ଣ୍ଣିଂ

Ratnamani Maharana