• Home
  • LIFESTYLE
  • ବ୍ଲଡ୍‌ ଗ୍ରୁପ୍‌ ଅନୁଯାୟୀ କେଉଁ ଖାଦ୍ୟ ଖାଇବା ଉଚିତ୍ ଜାଣନ୍ତୁ ?
LIFESTYLE

ବ୍ଲଡ୍‌ ଗ୍ରୁପ୍‌ ଅନୁଯାୟୀ କେଉଁ ଖାଦ୍ୟ ଖାଇବା ଉଚିତ୍ ଜାଣନ୍ତୁ ?

ଦେହ ଖରାପ ହେଲେ ସମସ୍ତେ ଡାକ୍ତରଙ୍କ ପାଖକୁ ଯାଇଥାଆନ୍ତି । ସାଧାରଣତଃ ଲୋକେ ଡାକ୍ତରଙ୍କ ପାଖକୁ ଯାଇ ପ୍ରଶ୍ନ କରନ୍ତି ତାଙ୍କ ପାଇଁ କେଉଁ ଖାଦ୍ୟ ସ୍ୱାସ୍ଥ୍ୟପ୍ରଦ । କିନ୍ତୁ ଆପଣ ଜାଣିଛନ୍ତି କି ନିଜର ବ୍ଲଡ ଗ୍ରୁପ୍‌ ଅନୁଯାୟୀ ଖାଦ୍ୟ ଚୟନ କଲେ ଭଲ । ତେବେ ଆସନ୍ତୁ ଜାଣିବା କେଉଁ ବ୍ଲଡ ଗ୍ରୁପ୍‌ର ଲୋକଙ୍କୁ କିଭଳି ଖାଦ୍ୟ ଖାଇବା ଉଚିତ୍‌।

ବ୍ଲଡ୍‌ ଗ୍ରୁପ୍‌ ଅନୁଯାୟୀ କେଉଁ ଖାଦ୍ୟ ଖାଇବା ଉଚିତ୍ ଜାଣନ୍ତୁ :-

O : ସେମାନେ ହାଇ ପ୍ରୋଟିନ୍‌ ଖାଦ୍ୟ ଖାଇବା ଖୁବ୍‌ ଭଲ । ଏମାନେ ମାଛ-ମାଂସ ଖାଇ ପାରିବେ । ଏହି ଲୋକମାନଙ୍କର ସାଧାରଣତଃ ପେଟଜନିତ ରୋଗ ଦେଖା ଦେଇଥାଏ । ଏଣୁ ଦୁଗ୍ଧଜାତ ପଦାର୍ଥ ଏମାନେ କମ୍‌ ଖାଇବା ଉଚିତ୍‌ । ଭାତ, ରୁଟି ଏମାନେ କମ୍‌ ଖାଇବା ମଧ୍ୟ ଆବଶ୍ୟକ ।

A  : ସେମାନେ ବିଭିନ୍ନପ୍ରକାରର ଖାଦ୍ୟ ଖାଇ ପାରିବେ । ଏଥିରେ ମାଛ-ମାଂସ ଓ ବିଭିନ୍ନ ପନିପରିବା ସାମିଲ୍‌ । ‘ ଏ’ ବ୍ଲଡ୍‌ ଗ୍ରୁପ୍‌ର ଲୋକେ ସବୁପ୍ରକାର ଆହାର ଗ୍ରହଣ କରିପାରିବେ । ତେବେ ମକା, ବାଦାମ ଓ ରାଶି ଆଦି କମ୍‌ ଖାଇବା ଉଚିତ୍‌ ।

B : ସେମାନେ ଅଧିକରୁ ଅଧିକ ମାତ୍ରାରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ । ଏମାନେ ରେଡ୍‌ ମିଟ୍‌ ଓ ସ୍ମୋକ୍‌ଡ ମିଟ୍‌ ଖାଇବାରୁ ଦୂରେଇ ରହିଲେ ଭଲ । ମାଛ, ଫଳ, ପନିପରିବା , ଦୁଧ , ଦହି ଆଦି ଖାଇଲେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ତେବେ ମଦ ଛୁଇଁବା ଉଚିତ୍‌ ନୁହେଁ ।

AB : ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକମାନେ ପନିପରିବା , ଗଜା ଡାଲି, ଫଳ , ଡ୍ରାଇ ଫ୍ରୁଟସ୍‌ ଆଦି ବେଶି ଖାଇବା ଆବଶ୍ୟକ । ଏମାନେ ବର୍ଗର ଓ ଚାଇନିଜ୍‌ ନୁଡୁଲସ୍‌ ମଧ୍ୟ ଖାଇ ପାରିବେ । ଦୁଗ୍ଧଜାତ ପଦାର୍ଥ ଓ ମାଂସ ଖାଇଲେ ଏମାନଙ୍କର ଓଜନ ଶୀଘ୍ର ବଢିଯାଏ ।

ବ୍ଲଡ୍‌ ଗ୍ରୁପ୍‌ ଅନୁଯାୟୀ କେଉଁ ଖାଦ୍ୟ ଖାଇବା ଉଚିତ୍ ଜାଣନ୍ତୁ ? food

ପଢନ୍ତୁ ;

ନିୟମିତ ଲେମ୍ବୁପାଣି ପିଉଛନ୍ତି କି? ସାବଧାନ! ନଚେତ ପଡ଼ିପାରନ୍ତି ଅସୁବିଧାରେ

Related posts

ହାଣ୍ଡସମ୍ ଯୁବକଙ୍କୁ ଦେଖି ଯୁବତୀମାନେ କଣ ଭାବନ୍ତି ଆସନ୍ତୁ ଜାଣିବା

Krishna Kumar Manoj

ଘରେ ତିଆରି କରି ଖାଆନ୍ତୁ ନଡ଼ିଆ ସିଙ୍ଗଡ଼ା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Krishna Kumar Manoj

ନିୟମିତ ଛତୁଆ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳେ ଜାଣନ୍ତୁ ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More