LIFESTYLE

ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ କାହିଁକି ହୋଇଥାଏ ?

ଉଚ୍ଚ ରକ୍ତଚାପର କାରଣ

ଦିନ ଦିନ ଧରି ମୁଣ୍ଡ ବିନ୍ଧିବା। ପେଟ ଗୋଳେଇ-ଘାଣ୍ଟି ହେବା ସହ ବାନ୍ତି ଲାଗିବା। ମୁଣ୍ଡ ବୁଲାଇବା। ଆଖିକୁ ଅସ୍ପଷ୍ଟ ଦିଶିବା। ନାକରୁ ରକ୍ତ ପଡ଼ିବା। ଅଣ-ନିଃଶ୍ୱାସୀ ଲାଗିବା। ହୃତ୍‌ପିଣ୍ଡ ଅନିୟମିତ ଭାବେ ସ୍ପନ୍ଦିତ ହେବା।ବୟସ ବଢ଼ିବା ସହ ରକ୍ତ ଚାପ ବଢ଼ିବା ସ୍ୱାଭାବିକ। ତାପମାତ୍ରାରେ ପରିବର୍ତ୍ତନ ବି ଏକ କାରଣ ହୋଇପାରେ। ଓଜନ ବଢ଼ିବା ସହ ମଧ୍ୟ ରକ୍ତଚାପ ବଢ଼େ।

ଯେଉଁମାନେ ଅତ୍ୟଧିକ ସୁରାପାନ ଓ ଧୂମପାନ କରନ୍ତି, ସେମାନେ ଏହା ଭୋଗିବା ଆଶଙ୍କା ଅଧିକ। ଅଧିକ ଚର୍ବି ଜାତୀୟ ଖାଦ୍ୟ ଓ ଲୁଣ ଉଚ୍ଚ ରକ୍ତଚାପ ସୃଷ୍ଟି କରୁଥିବା ପ୍ରମାଣିତ। ଯେଉଁମାନେ ଶାରୀରିକ ପରିଶ୍ରମ ଓ ବ୍ୟାୟାମ କରନ୍ତିନାହିଁ, ସେମାନଙ୍କ କ୍ଷେତ୍ରରେ ଏହା ଦେଖାଯାଏ। ମଧୁମେହ ଓ ସୋରିଆସିସ୍‌ ଭୋଗୁଥିବା ଲୋକଙ୍କ କ୍ଷେତ୍ରରେ ଏହା ସାଧାରଣ। କେତେକ ଔଷଧ ମଧ୍ୟ ରକ୍ତ ଚାପ ବଢ଼ାଏ।

ସଂଦେହ ହେଲେ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାନ୍ତୁ। ଯଦି ଅତି ଉଚ୍ଚ ରକ୍ତଚାପ ଭୋଗୁଥିବେ କାର୍ଡିଓଲୋଜିଷ୍ଟ୍‍ ବା ହୃଦ୍‌-ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ। ରୋଗୀଙ୍କ ଅବସ୍ଥାକୁ ନେଇ ଚିକିତ୍ସା କରାଯାଏ। ଆଉ ସାଧାରଣ ଭାବେ ସମସ୍ତେ ଏଥି ପ୍ରତି ସଚେତନ ରହିବା ଉଚିତ। ଯେଉଁସବୁ କାରଣରୁ ଏହା ହୁଏ, ସେଥି ପ୍ରତି ସତର୍କ ରହିବା ଉଚିତ।

ପଢନ୍ତୁ ;

ଆଲିଆଙ୍କୁ ଡେଟ୍‌ କରୁଛନ୍ତି କି ରଣବୀର କପୁର ?

Related posts

ଔଷଧୀୟ ଗୁଣରେ ଭରପୂର ତେଜପତ୍ର , ଜାଣନ୍ତୁ କେଉଁ ସବୁ ରୋଗ ଦୂର କରିଥାଏ ତେଜପତ୍ର ?

ENO Beuro

ଆମୋନିଆରୁ ମୁକ୍ତି ଦେଇଥାଏ ଜଲଜିରା ପାଣି ! ଆସନ୍ତୁ ଜାଣିବା ଏହା ଆଉ କେଉଁ ସମସ୍ୟାରୁ ମୁକ୍ତି ଦେଇଥାଏ ?

ENO Beuro

ଆପଣ ଜାଣିଛନ୍ତି କି ? ଗର୍ଭବତୀ ମହିଳାଙ୍କ ପାଇଁ ମାଠିଆ ପାଣି ଅତ୍ୟନ୍ତ ଉପାଦେୟ ! ଜାଣନ୍ତୁ ଏହାର କିଛି ଉପକାରିତା ବିଷୟରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More