News

ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ୍ ଗେମ୍‌ର ମାଷ୍ଟରମାଇଣ୍ଡକୁ ଗିରଫ କଲା ପୁଲିସ୍

ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ୍ ଗେମ୍‌ର ମାଷ୍ଟରମାଇଣ୍ଡକୁ ଗିରଫ କଲା ପୁଲିସ୍  । ମାଷ୍ଟରମାଣ୍ଡକୁ ଋଷିଆର ଖାବରୋସ୍କ ରାଇ ଅଞ୍ଚଳରୁ ଧରାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣେ ୧୭ ବର୍ଷୀୟା ଋଷୀୟ ଯୁବତୀ ।

ଯୁବତୀଙ୍କ ଘରୁ ଏହି ଖେଳର ଇନଭେନଟର୍ ଫିଲିପର ଫଟୋ ମଧ୍ୟ ଜବତ କରିଛି ପୁଲିସ୍ । ଏହି ଖେଳରେ ବର୍ତ୍ତମାନ ସାରା ବିଶ୍ୱରେ ଏହି ରହସ୍ୟମୟୀ ଗେମ୍‌ରେ ୧୩୦ ଜଣଙ୍କ ମୃତ୍ୟୁ ହୋଇସାରିଛି।

ଯୁବତୀ ଜଣକ ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ୍ ନାଁରେ ଅନେକ ହ୍ୱାଟସଗ୍ରୁପ୍ ଚଳାଉଥିବା ଅଭିଯୋଗ ହୋଇଛି । ଏପରିକି ଯଦି କେହି ଏହି ଖେଳକୁ ଅଧାରୁ ଛାଡିବାକୁ କହେ ତେବେ ସେହି ଖେଳାଳୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମାରିବାର ଧମକ ଦେଉଥିବା ମଧ୍ୟ କହିଛି ପୁଲିସ୍ ।

ଧୀରେ ଧୀରେ କରି ଦେଶର ସମସ୍ତ ରାଜ୍ୟକୁ ଗ୍ରାସ କରିସାରିଲାଣି ଏହି ଭୟଙ୍କର ଖେଳ । ଓଡିଶାରେ ମଧ୍ୟ ଏହାର କାୟା ବିସ୍ତାର କରି ସାରିଲାଣି  ।

ବ୍ଲୁ ହ୍ୱେଲ୍ ଗେମ ନିର୍ମାଣ କରିଥିବା ଋଷୀୟ ନାଗରିକ ଫିଲିପ୍ ବୁଦେକିନ ଦୋଷୀ ସାବ୍ୟସ୍ତ ହୋଇ ସାଇବେରିଆର ଜେଲରେ ସଜା କାଟୁଛନ୍ତି।

କଣ ଏହି  ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ୍ ଗେମ୍‌:

ଏହା ହେଉଛି ସିକ୍ରେଟ୍ ଗ୍ରୁପରେ ଖେଳାଯାଉଥିବା ଏକ ଅନଲାଇନ୍ ଖେଳ। ଯାହାକି ଆାତ୍ମହତ୍ୟା କରିବାକୁ ଖେଳାଳିଙ୍କୁ ଉସକାଇଥାଏ ଏବଂ ଯିଏ ଏତିରେ ପଶେ ସେ ଆତ୍ମହତ୍ୟା କରିଦିଏ । ହ୍ୱାଟ୍ସଅପ୍, ଇନ୍‌ଷ୍ଟାଗ୍ରାମ୍, ଫେସ୍‌ବୁକ୍‌ ଭଳି ସୋସିଆଲ୍ ସାଇଟରେ ଏହି ଖେଳ ଖେଳିବାକୁ ଇନ୍‌ଭାଇଟ୍ କରାଯାଇଥାଏ।

ଆଡ୍‌ମିନ୍ ହିଁ ଚୟନ କରିଥାଏ ୫୦ ଦିନ ଅବଧିର ଏ ଖେଳ ପାଇଁ କିଏ ଯୋଗ୍ୟ। ଏହି ମାଷ୍ଟରର ପରାମର୍ଶ ମାନିବାକୁ ଏକପ୍ରକାର ବାଧ୍ୟ ଖେଳାଳୀ ।

ଏହି ଖେଳରେ ଖେଳାଳି ହାତକୁ କାଟିବା, ଭୋର ୪ଟାରେ ଉଠି ହରର୍ ମୁଭି ଦେଖିବା, ହାତକୁ ଛୁଞ୍ଚିରେ ଫୋଡିବା, ଆଖପାଖ ଉଚ୍ଚା ବିଲ୍ଡିଂ ଛାତ ଉପରକୁ ଯାଇ ଧାରରେ ଛିଡା ହେବା ଏବଂ ଆଡ୍‌ମିନ୍ ପାଖକୁ ଏସବୁର ସେଲ୍ଫି ପଠାଇ ପରବର୍ତ୍ତୀ ଗେମ୍ ଖେଳିବାକୁ ଯୋଗ୍ୟ ହେବା ।

ଖେଳାଳୀ ଠିକ୍ ଭାବରେ ଏହାକୁ ମାନୁଛି ଏବଂ ଖେଳୁଛି କି ନାହିଁ ସେଥିପାଇଁ ଏକ ଫଟୋ ଉଠାଇ ସେୟାର୍ କରିବାକୁ ପଡିଥାଏ । ତେବେ ଏପରି ଭାବରେ ଆରମ୍ଭ ହୋଇଥିବା ଖେଳ ଧୀରେ ଧୀରେ କଠିନରୁ କଠିନତର ହୋଇଥାଏ । ଶେଷରେ ଖେଳ ଉକ୍ତ ଖେଳାଳୀର ମୃତ୍ୟୁରେ ଶେଷ ହୋଇଥାଏ ।

ଆଉ ୫୦ତମ ଚ୍ୟାଲେଞ୍ଜରେ  ଆତ୍ମହତ୍ୟା କରିବା ରହିଛି। ବିଶେଷକରି ଦୁର୍ବଳ ମାନସିକତା ଏବଂ ସାଙ୍ଗସାଥୀ କିମ୍ବା ପରିବାରଠାରୁ ଦୂରେଇ ରହୁଥିବା ପିଲା ଏହାର ସହଜ ଶିକାର ହୋଇଥାନ୍ତି।

ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ୍ ଗେମ୍‌

ପଢନ୍ତୁ କେନ୍ଦ୍ର ମନ୍ତ୍ରୀ ଅଦଳବଦଳ ସୂଚନା

 

 

Related posts

As Per Trai’s Average, Reliance Jio Got The Highest Average Data Speed

ENO Beuro

ଆଜି ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ

Ratnamani Moharana

ନିର୍ବାଚନୀ ସଭାରେ ହାର୍ଦ୍ଦିକଙ୍କୁ ଚାପୁଡ଼ା ମାରିଲେ ଜନସାଧାରଣ

Ratnamani Moharana

1 comment

Leave a Comment