News

ମୃତ୍ୟୁର ଖେଳ ବ୍ଲୁହ୍ୱେଲ ଏକ ଜାତୀୟ ସମସ୍ୟା – ସର୍ବୋଚ୍ଚ ନ୍ୟାୟାଳୟ

ମୃତ୍ୟୁର ଖେଳ ବ୍ଲୁହ୍ୱେଲ ଉପରୁ ଏଯାଏଁ ଚର୍ଚ୍ଚା ଉଠିନି । ସର୍ବୋଚ୍ଚ ନ୍ୟାୟାଳୟ ବ୍ଲୁହ୍ୱେଲ୍ ଖେଳକୁ ଏକ ଜାତୀୟ ସମସ୍ୟା ଭାବେ ବର୍ଣ୍ଣନା କରିଛନ୍ତି । ଶୁକ୍ରବାର ଦିନ ଏହି ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ମାରାତ୍ମକ ଖେଳର ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜାତୀୟ ଟିଭି ଚ୍ୟାନେଲ ଦୂରଦର୍ଶନ ଓ ଅନ୍ୟ ଘରୋଇ ଚ୍ୟାନେଲମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚ୍ୟାନେଲମାନେ ସେମାନଙ୍କ ପ୍ରାଇମ ଟାଇମ କାର୍ଜ୍ୟକ୍ରମରେ ଗେମର ବିପଦ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବାକୁ କୋର୍ଟ କହିଛନ୍ତି ।

ଏହି ମାମଲାର ଶୁଣ।ଣି ପରେକରି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ  ଗଠିତ ତିନି ଜଣିଆ ଖଣ୍ଡପୀଠ ଏହାକୁ ଜାତୀୟ ସମସ୍ଯା ଭାବେ ଦର୍ଶାଇଥିଲେ ।

ସୂଚନା ମୁତାବକ, କିଛିଦିନ ପୂର୍ବେ ଦେଶରେ ଏହି ମାରାତ୍ମକ ଖେଳର ଶିକାରରେ ଯିଏ ବି ଆସିଲା ତାର ମୃତ୍ୟୁ ସୁନିଶ୍ଚିତ ଥିଲା । ନଚେତ୍ ଏହି ଖେଳର ବଶବର୍ତ୍ତୀ ହୋଇ ନିଜ ଶରୀରକୁ କ୍ଷତବିକ୍ଷତ କରି ପକାଉଥିଲା ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅହି ଖେଳରେ ସେପ୍ଟେମ୍ବର ସୁଦ୍ଧା ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମୃତଙ୍କ ମଧ୍ୟରୁ ଅନେକ ଯୁବା ଗୋଷ୍ଠୀ ।

ତେବେ ଏହି ବ୍ଲୁହ୍ୱେଲ ଖେଳ ଆରମ୍ଭ ହୋଇଥିଲା ରୁଷରେ । ମନୋବୈଜ୍ଞାନୀ ଛାତ୍ର ଫିଲିପ୍ ବୁଡେକିନଙ୍କୁ ତାଙ୍କ ୟୁନିଭର୍ସିଟିରୁ ବାହାର କରି ଦିଆଯିବା କାରଣରୁ ସେ ଏହି ଗେମ ଜରିଆରେ ସୋସାଇଟିକୁ ସ୍ୱଚ୍ଛ କରିବାକୁ ଚାହୁଁଥିଲା ଏବଂ ସମାଜରେ କିଛି କାମରେ ନଆସିବା ଲୋକଙ୍କୁ ସେ ବାହାର କରିବାକୁ ଚାହୁଁଥିଲା । ପରେ ଏହି ଖେଳର ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିଲା । ପ୍ରଥମେ ଖେଳ ଆଗକୁ ନେବାରେ ଏହି ଯୁବତୀଙ୍କ ହାତ ରହିଥିଲା ।

ମାରାତ୍ମକ ମୃତ୍ୟୁର ଖେଳ ବ୍ଲୁହ୍ୱେଲ ଏକ ଜାତୀୟ ସମସ୍ୟା – ସର୍ବୋଚ୍ଚ ନ୍ୟାୟାଳୟ  ମୃତ୍ୟୁର ଖେଳ ବ୍ଲୁହ୍ୱେଲ ଏକ ଜାତୀୟ ସମସ୍ୟା – ସର୍ବୋଚ୍ଚ ନ୍ୟାୟାଳୟ

ପଢନ୍ତୁ, ଜାଣନ୍ତୁ ସ୍ୱାସ୍ଥ୍ୟ, ସମ୍ପତି, କର୍ମକ୍ଷେତ୍ର ଓ ଯାତ୍ରାର ସବିଶେଷ ବିବରଣୀରେ ଆଜିର ରାଶିଫଳ

Related posts

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ ମାମଲା, କେନ୍ଦୁଝରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ENO Beuro

ଦୁଇଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ନେବାକୁ ଆଜି ଦିଲ୍ଲୀ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

ବିମୁଦ୍ରାକରଣକୁ ବର୍ଷେ ପୂରିଲା ପରେ ମଧ୍ୟ ଅଚଳ ଟଙ୍କାର ସମସ୍ୟା ପିଛା ଛାଡୁନି

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More